ହେଡଲାଇନସ୍:

ଲୋକଙ୍କ ପ୍ରଶ : ପଦ୍ମପୁରରେ ବାଣ ଗୋଦାମରେ କାହିଁକି  ଚଢ଼ାଉ କରୁନି ପୋଲିସ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶାସକ ପ୍ରଶାସକ -ଚଳିତ ବର୍ଷ କରୋନା ଭୂତାଣୁ ଜନସାଧାରଣଙ୍କ ଜୀବନ ଯାପନ ଉପରେ ବିଶେଷ ପ୍ରଭାବ ପକାଇଛି । ଚଳିତ ବର୍ଷ ଦୀପାବଳୀ ପର୍ବ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଯାରି କରାଯାଇଛି । ଦୀପାବଳି ପର୍ବରେ ଲୋକମାନେ ବାଣ ଫୁଟାଇ ଥାନ୍ତି ହେଲେ  ରାଜ୍ୟ ସରକାରଙ୍କ ବାଣ ଫଟାଇବା ତଥା ବାଣ ବିକ୍ରି ଉପରେ କଟକଣା ଜାରି  କରିଛନ୍ତି  ।କେବଳ ଦୀପ ପ୍ରଜ୍ବଳନ କରି ଦୀପାବଳି ପାଳନ କରିପାରିବେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ପ୍ରଶାସନ ବିଭିନ୍ନ ବାଣ ତିଆରି କାରଖାନା ତଥା ବାଣ ବିକ୍ରେତାଙ୍କ ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣରେ ଗଛିତ  ଥିବା ବାଣ ଜବତ କରିଛନ୍ତି ଏବଂ ଏଥିରେ ସମ୍ପୄକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରୁଛନ୍ତି । ପଦ୍ମପୁର ସହରର ତଥା ଆଖପାଖ ଅଞ୍ଚଳରେ ଦୀପାବଳି ସମୟରେ ଲକ୍ଷଲକ୍ଷ ଟଙ୍କାର ବାଣ ବିକ୍ରି ହୋଇଥାଏ । ପଦ୍ମପୁର ଅଞ୍ଚଳରେ ବାଣ ଗୋଦାମ ରହିଥିବା ମଧ୍ୟ ସୂଚନା ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଅଞ୍ଚଳରେ ବାଣ ତିଆରି କାରଖାନା ଓ ଗୋଦାମ ଉପରେ ଚଢ଼ାଉ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଦ୍ମପୁର ଅଞ୍ଚଳରେ ବାଣ ବିକ୍ରେତାଙ୍କ ଗୋଦାମ ଉପରେ ଚଢ଼ାଉ କରାଯାଉନଥିବା ଚର୍ଚ୍ଚା ହେଉଛି । ସରକାରଙ୍କ କଟକଣା ଅନୁସାରେ କେହି ବାଣ ବିକ୍ରି କରିପାରିବ ନାହିଁ କିମ୍ବା ଗଛିତ  ମଧ୍ୟ ରଖି ପାରିବ ନାହିଁ । ହେଲେ ପଦ୍ମପୁର ସହରର ତଥା ଆଖପାଖ ଅଞ୍ଚଳରେ ପୋଲିସ କାହିଁକି ଚଢ଼ାଉ କରୁନାହିଁ ତାହା ଲକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କଣ ପୋଲିସ ବାଣ ବ୍ୟବସାୟୀଙ୍କୁ ସୁରକ୍ଷା ଦେଉଛି କି ? ସରକାରଙ୍କ ନିୟମ କଣ ପଦ୍ମପୁର ପାଇଁ ନୁହେଁ କି ? ଏବେ ଏପରି ଚର୍ଚ୍ଚା ଯୋର ଧରିଛି ।

0
0
0
s2sdefault