ହେଡଲାଇନସ୍:

ପିଲାମାନଙ୍କ ନୀରସ ମୁହଁରେ ହସ ଆଣିଦେଲେ ଆକାଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନନ୍ଦାଶ୍ରମରେ ଅନ୍ତେବାସୀଙ୍କ ପାଇଁ ଖୁସି ଆଣିଦେଲା ‘ତୁମ ପାଇଁ ଆକାଶ ଭାଇ’

ଭୁବନେଶ୍ୱର (ଶାସକ ପ୍ରଶାସକ) : ସ୍କୁଲ କଲେଜ ବନ୍ଦ । କରୋନା ଛଡାଇନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜୀଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଂଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ।

ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦଆଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ସେ ବାର୍ତାବିନିମୟ କରିବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଂଟିଛନ୍ତି । ଭିଡିଓ କଲ୍ ମାଧ୍ୟମରେ ହେଉ ପଛେ ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପିଲାଙ୍କ ଖୁସୀ କହିଲେ ନସରେ । ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ ଆକାଶ, ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା। ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କ ସବୁ ପ୍ରଶ୍ନର ଉତର ଦେବା ସହ ସେମାନଙ୍କ ମନର କୌତୂହଳ ଦୂର କରିଥିଲେ ଆକାଶ । ଗପ ପରେ ଆରମ୍ଭ ହୋଇଥିଲା ଗୀତ ପର୍ଯ୍ୟାୟ । କୁନି କଣ୍ଠର ଗୀତରେ ଉଚ୍ଛୁଳି ଉଠିଥିଲା ଆନନ୍ଦାଶ୍ରମର ପରିସର । ପିଲାମାନେ ଗୀତ ଗାଇ ଶୁଣାଇବା ସହ ପିଲାଙ୍କ ଅନୁରୋଧରେ ଆକାଶ ମଧ୍ୟ ଗୀତ ଗାଇଥିଲେ ଏବଂ ସେମାନଙ୍କ ସ୍ୱରରେ ସ୍ୱର ମିଳାଇଥିଲେ । ଦୀର୍ଘ ଦୁଇଘଂଟା ଧରି ଚାଲିଥିଲା ‘ଟିମ୍ ଆକାଶ’ ପକ୍ଷରୁ ଆୟୋଜିତ ‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମ । ନାଚ ଗୀତ ହସ ଖୁସୀର ଆସର ସାଙ୍ଗକୁ ହାଲକା ମନୋରଞ୍ଜନ । ତା’ ସହିତ ପୁଣି ଉପାଦେୟ ତଥା ଶିକ୍ଷଣୀୟ ଆଲୋଚନା ଏବଂ ପ୍ରଶ୍ନୋତର ।

ପିଲାମାନଙ୍କ ସହ ବିତାଇଥିବା ଏହି ସୁମଧୁର ମୁହୂର୍ତକୁ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ବୋଲି ଆକାଶ କହିଥିଲେ । ଏଥି ସହିତ ସେ ପିଲାମାନଙ୍କୁ ଧନ୍ୟବାଦଦେବା ସହ କୋଭିଡ-୧୯ ପରିସ୍ଥିତିରେ ସୁଧାର ଆସିବା ପରେ ପିଲାଙ୍କ ପାଖକୁ ନିଶ୍ଚୟ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ‘ଟିମ୍ ଆକାଶ’ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ଖେଳନା ବଂଟାଯାଇଥିଲା ।

0
0
0
s2sdefault