ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏଡ଼ିଟର୍ସ ଗିଲ୍ଡର ଚିଠି
ସାମ୍ବାଦିକ ସ୍ୱାଧୀନତା ଏବଂ ସାମ୍ବାଦିକଙ୍କ ଅଧିକାର ରକ୍ଷା କରନ୍ତୁ ”
ଗିରଫ ସାମ୍ବାଦିକମାନଙ୍କୁ ମୁକ୍ତ କରାଜୁ ଏବଂ ସେମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯାଉ ”
ନୂଆଦିଲ୍ଲୀ (ଶାସକ ପ୍ରଶାସକ ): ଉତ୍ତରପ୍ରଦେଶରେ ସାମ୍ବାଦିକମାନଙ୍କ ପ୍ରତି ହୋଇଥିବା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସାମ୍ବାଦିକ ସ୍ୱାଧୀନତା ତଥା ସାମ୍ବାଦିକଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ୟୁପି ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି |
ଏହି ପତ୍ରରେ ସାମ୍ବାଦିକଙ୍କ ବିରୋଧରେ ରାଜ୍ୟର ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରାଯାଇଛି ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି | ଏଡ଼ିଟର୍ସ ଗିଲ୍ଡର ସଭାପତି ସୀମା ମୁସ୍ତାଫା, ସାଧାରଣ ସମ୍ପାଦକ ସଞ୍ଜୟ କପୁର ଏବଂ କୋଷାଧ୍ୟକ୍ଷ ଅନନ୍ତ ନାଥଙ୍କ ଦସ୍ତଖତରେ ପ୍ରେରିତ ଏହି ପତ୍ରରେ ଉତ୍ତରପ୍ରଦେଶରେ ହୋଇଥିବା କେତେକ ଗଣମାଧ୍ୟମ ସ୍ୱାଧୀନତାର ଗୁରୁତର ଉଲ୍ଲଂଘନ ତଥା ବେଆଇନ ଗିରଫଦାରୀ ଦର୍ଶାଯାଇଛି। ଚିଠିରେ କୁହାଯାଇଛି ଯେ, ନିକଟ ଅତୀତରେ ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ଉତ୍ତରପ୍ରଦେଶରେ ମୁକ୍ତ, ନିର୍ଭୀକ ଏବଂ ସ୍ୱାଧୀନ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଯଥା ସିଦ୍ଦିକ କପନ, ସୁପ୍ରିୟା ଶର୍ମା, ଆଶିଷ ତୋମାର, ସାକିଲ ଅହମ୍ମଦ, ଲାଖନ ସିଂ, ରବିନ୍ଦ୍ର ସାକ୍ସେନା ଏବଂ ଅନ୍ୟା କେତେଜଣ ସାମ୍ବାଦିକଙ୍କୁ ଅଯଥା ଅଭିଯୋଗରେ ଗିରଫକରାଯାଇଛି । ତେଣୁ ଗିରଫ ହୋଇଥିବା ସାମ୍ବାଦିକଙ୍କୁ ମୁକ୍ତ କରିବା, ମାମଲା ପ୍ରତ୍ୟାହାର କରିବା ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗିଲ୍ଡ ସିଏମଙ୍କୁ ଅନୁରୋଧ କରିଛି।