ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମପଞ୍ଚାୟତ ର ନିଲାଥର ଗ୍ରାମର ଲୋକମାନେ ଗୋଟିଏ ରାସ୍ତା ପାଇଁ ପ୍ରଶାସନିକ ଅଧିକାରୀ ଙ୍କର ନିକଟକୁ ଦୌଡ଼ି ଦୌଡ଼ି ଥକି ଗଲେଣି । ଏଠାରେ ସୂଚନାଯୋଗ୍ୟ ଯେ ନିଲାଥର ଗ୍ରାମରୁ ସୋହେଲା ନୂଆପଡା ବିଜୁ ଏକ୍ସପ୍ରେସ ୱେ କୁ ଦୂରତା ମାତ୍ର ଏକ କିଲୋମିଟର ରୁ ସାମାନ୍ୟ ଅଧିକ ହେବ , ଗ୍ରାମ ଓ ମୁଖ୍ୟ ରାସ୍ତା ମଝିରେ ଅଙ୍ଗନଦୀ ପ୍ରବାହିତ ହେଉଛି । କିନ୍ତୁ ଦୁଃଖର ବିଷୟ ଯେ ସ୍ୱାଧୀନତା ର 72ବର୍ଷ ବିତିଯାଇଥିଲେ ମଧ୍ୟ ନଦୀ ଉପରେ ଏକ ପୋଲ ନିର୍ମାଣ ହୋଇ ପାରିନାହିଁ । । ଏହି ଗ୍ରାମର ଲୋକମାନେ ନିଜର ଦୈନନ୍ଦିନ କାମ ପାଇଁ ପାଇକମାଲ ଉପରେ ନିର୍ଭରସିଲ । ବର୍ଷା କମିଯିବା ପରେ ତଥା ନଦୀର ଜଳସ୍ତର କମିବା ପରେ ପ୍ରତ୍ୟେକ ବର୍ଷ ନିଜର ଅର୍ଥ ଖର୍ଚ୍ଚ କରି ତଥା ଶ୍ରମଦାନ କରି ନିଲାଥର ଓ ଆଖପାଖ ଗ୍ରାମର ଲୋକମାନେ ମିଳିତ ଭାବରେ ଯିବା ଆସିବା କରିବା ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥାନ୍ତି । ଦୀର୍ଘ ବର୍ଷ ହେଲା କ୍ରମାଗତ ଭାବରେ ଗ୍ରାମ ବାସୀ ମାନେ ଏହି ଅସ୍ଥାୟୀ ରାସ୍ତା ନିର୍ମାଣ କରି ଆସୁଛନ୍ତି । ଏହିକ୍ରମରେ ଆଜି ନିଲାଥର ଗ୍ରାମବାସୀ ମାନେ ନିଜେ ଗ୍ରାମର ପ୍ରତ୍ୟେକ ଲୋକଙ୍କର ଠାରୁ ଚାନ୍ଦା ଆଦାୟ କରି ଉକ୍ତ ରାସ୍ତାରେ ପ୍ରାୟ ଦେଢ଼ଶହ ଟ୍ରିପ ମୋରମ ପକାଇ ଜେସିବି ସାହାଯ୍ୟ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ନଦୀ ଉପରେ ଥିବା ଅସ୍ଥାୟୀ ପୋଲଟି ମଧ୍ୟ କ୍ଷତିଗ୍ରସ୍ତ ହୋଇ ଗଲାଣି । କିଛିଦିନ ମଧ୍ୟରେ ଏହି ପୋଲକୁ ମଧ୍ୟ ମରାମତି କରାଯିବ ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି । ବିନା କୋଣସି ସରକାରୀ ସହାୟତା ରେ ନିଲାଥର ଗ୍ରାମ ବାସୀ ନିଜର ସୁବିଧା ପାଇ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରିଆସୁଛନ୍ତି । ବାସ୍ତବରେ ନିଲାଥର ଗ୍ରାମବାସୀ ଙ୍କର ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ । ରାଜ୍ୟ ସରକାର ନିଲାଥର ବାସୀ ଙ୍କର ଏହି ସମସ୍ୟା ର ସମାଧାନ କରିପାରିଲେ ଏହି ଅଂଚଳର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ ବୋଲି ଗ୍ରାମର ଯୁବସମାଜ ଜଣାଇଛନ୍ତି ।
ରାଜ୍ୟ
ଭଲ ଖବର : ନିଜ ଗ୍ରାମର ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ
- Hits: 875