ଏନଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣିକୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଗତ ୦୨ତାରିଖ ଦିନ ତଲାବିରା ଗ୍ରାମବାସୀ  ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଦୁଷଣ ସମନ୍ଧିୟ ଅଭିଯୋଗ ଆଧାରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ର ଆଞ୍ଚଳିକ ଅଧିକାରୀ  ରମେଶ କୁମାର ଏକ୍କା ବିଭାଗୀୟ ଅଧିକାରୀ ମାନଙ୍କ ସହିତ NLC କମ୍ପାନୀର ତଲାବିରା-୨ କୋଇଲା ଖଣି କୁ ପରିଦର୍ଶନ କରିଥିଲେ I ପ୍ରଥମେ ସେମାନେ ଖଣି ଭିତରକୁ ଯାଇ ଜଳାଶୟ ଏବଂ କୋଇଲା ଉତ୍ତୋଳନ ସମୟରେ ହେଉଥିବା ପ୍ରଦୁଷଣ ଏବଂ ଏହା ଆଖ ପାଖ ଗାଁ ରେ ଜଳ, ବାୟୁ ପ୍ରଦୁଷଣ ଏବଂ ଚାଷ ଜମି ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିଥିଲେ I ତାପରେ ଖଦୁପଡା ଓ ତଲାବିରା ଗ୍ରାମବସୀ ମାନେ ଖଦୁପଡା କୁ ଲାଗି ମାଟି ପକା (OB) ଏବଂ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବ୍ଲାଷ୍ଟିଂ ଦ୍ବାରା ହେଉଥିବା କ୍ଷୟ କ୍ଷତି ବିଷୟରେ ଆଞ୍ଚଳିକ ଅଧିକାରୀ ଶ୍ରୀ ଏକ୍କା ଙ୍କୁ ଅଭିଯୋଗ କରିଥିଲେ I କୋଇଲା ଖଣି ରୁ ନିର୍ଗତ ତେଲ ଓ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶା ପାଣି ସିଧାସଳଖ ବିଶିକଟା ଓ କଟାବନ୍ଧରେ ମିଶିବା ସହିତ ଚାଷ ଜମିରେ ମିଶିବା ଦ୍ବାରା ଫଷଲ ନଷ୍ଟ ହେବା ସହିତ ଦୁଷିତ ପାଣି ବ୍ୟବହାର କରିବା ଦ୍ବାରା ଗ୍ରାମବାସୀ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପିଡିତ ହେଉଥିବା କଥା ପ୍ରଦୁଷଣ ବୋର୍ଡ ଅଧିକାରୀ ଙ୍କୁ ଜଣାଇଥିଲେ I ତାପରେ ପ୍ରଦୁଷଣ ବୋର୍ଡର ଅଧିକାରୀ ମାନେ କୋଇଲା ପରିବହନ ହେବାକୁଥିବା ନିର୍ମାଣଧିନ ଖିଣ୍ତା ଚାଲଟିକ୍ରା ରୋଡ କୁ ମଧ୍ୟ ପରିଦର୍ଶନ କରିଥିଲେ l ଚାଲଟିକ୍ରା ରୋଡକୁ ସଂପୁର୍ଣ ରୁପେ ତିଆରି ନ କରି ତା ଉପରେ କୋଇଲା ପରିବହନ କରାଗଲେ ଆଖପାଖର ଚାଷ ଜମି ନଷ୍ଟ ହେବା ସହିତ ଉତ୍ପାଦିତ ଫସଲ ଓ ପନିପରିବା ନଷ୍ଟ ହେବାର ସମ୍ବାବନା ରହିଛି ବୋଲି କର୍ମଜୀବୀ ଏକତା ସଂଗଠନ ର ଆବାହକ  ହେମନ୍ତ କୁମାର ପାଣ୍ତେ ଓ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ l ଆଞ୍ଚଳିକ ଅଧିକାରୀ ଶ୍ରୀ ଲାକ୍ରା ସମସ୍ତ ଦିଗକୁ ଅନୁଧ୍ୟାନ କରି ଯଥା ଶିଘ୍ର ଉଚିତ ପଦକ୍ଷେପ ନେବେ ବୋଲି ଆଶ୍ବାସନା ଦେଇଥିଲେ ।

0
0
0
s2sdefault