ଓଡ଼ିଶାରେ ଅର୍ଣ୍ଣବଙ୍କ ସମର୍ଥନରେ ସ୍ୱର ଖୁସିର କଥା, ହେଲେ ବିକାଶଙ୍କ ଗିରଫଦାରୀ ବେଳେ ଏତେ ମଜଭୁତ ସ୍ୱର ନଥିଲା
ଭୁବନେଶ୍ୱର : ସମ୍ପ୍ରତି ଏକ ଆତ୍ମହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଦେଶ ବ୍ୟାପି ଭିନ୍ନମତ ପ୍ରକାଶ ପାଇଥିବା ବେଳେ ଓଡ଼ିଶାରେ ବହୁ ସଂଖ୍ୟାରେ ଲୋକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି | କେହି କେହି ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା କରିଥିବା ବେଲେ କେହି କେହି ଭଲ ହେଇଛି ବୋଲି କହୁଛନ୍ତି | ଓଡ଼ିଶାରେ ସମ୍ପ୍ରତି ଗଣମାଧ୍ୟମ ସ୍ୱାଧୀନତା ସପକ୍ଷରେ ସ୍ୱର ଉଠୁଥିବା ବେଳେ ଯୁବ ନେତା ତଥା ଶ୍ରୀମତୀ ନନ୍ଦିନୀ ଶତତ୍ପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନୋ ଶତପଥୀ ଏକ ଟୁଇଟ ମାଧ୍ୟମରେ ଗଣମାଧ୍ୟମ ସ୍ୱାଧୀନତା ସପକ୍ଷରେ ସ୍ୱର ଉଠିବା କଥା ଖୁସିର କଥା ବୋଲି କହିଛନ୍ତି | ଏହାସହ ଓଡ଼ିଶାରେ ସଂଘଟିତ ଅନୁରୂପଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଘଟଣାରେ ଜଣେ ଖବରକାଗଜ ମାଲିକଙ୍କୁ ଅମାନବୀୟ ଭାବେ ଉଠାଇ ନେଲା ବେଳେ ସେମିତି ମଜଭୁତ ସ୍ୱର ଉଠିନଥିଲା ଓ ସେ ପ୍ରଥମ ବଳିଷ୍ଠ ସ୍ୱର ଭାବେ ଏହାର ପ୍ରତିବାଦ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ କଥାକୁ ନେବାର ସାହସ କରିଥିଲେ ବୋଲି କହିଛନ୍ତି ଶ୍ରୀ ଶତପଥୀ |
ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ "Many moons ago the arrest of Bikas Swain in #Odisha was as politically motivated as the arrest of #ArnabGoswami . Back then your’s truly was a lone voice . However, today am glad to hear many voices echoing #IndiaWithArnab
May good sense prevail...
May the divine grace be...
SS
ସୂଚନାଯୋଗ୍ୟ ଯେ ଅର୍ଣ୍ଣବଙ୍କ ପାଇଁ ଏବେ ଯେଉଁ ସମବେଦନା ଓ ସମର୍ଥନର ସୁଅ ଛୁଟିଛି ତାହା ସେତେବେଳେ ସୂର୍ଯ୍ୟପ୍ରଭା ଖବରକାଗଜର ମାଲିକ ତଥା ପରିଚାଳନା ସମ୍ପାଦକ ବିକାଶ ସ୍ୱାଇଁଙ୍କ ଅମାନବୀୟ ଗିରଫଦାରୀ ବେଳେ ଦେଖିବାକୁ ମିଳିନଥିଲା | ବାପାଙ୍କ ପାଇଁ ମେଡିକାଲକୁ ଖାଇବା ନେଇ ଯାଉଥିବା ବେଳେ ତାଙ୍କୁ ବାଟରୁ ଉଠାଇ ନେବା ଘଟଣାରେ ଯେତେବେଲେ ପ୍ରଥମେ ପ୍ରଥମେ ନୀରବତା ଦେଖା ଦେଇଥିଲା, ସେତେବେଳେ ପ୍ରଥମେ ଦୃଢ ନିନ୍ଦା କରିଥିଲେ ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ତଥା କେନ୍ଦ୍ର ସରକାରଙ୍କ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅଧିନସ୍ଥ ପଂଚାୟତ ମହିଳା ସଶକ୍ତିକରଣ ଅଭିଯାନ(ପିଏମ ଏସଏ)ର ଓଡିଶା ଅଧ୍ୟକ୍ଷ ସୁପର୍ନୋ ଶତପଥୀ ପ୍ରଥମ ବଳିଷ୍ଠ ପ୍ରତିବାଦ କରିବା ସହ ଏହି ଘଟଣା ଉପରେ ହସ୍ତକ୍ଷେପ କରିବା ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |