ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଓ ହସ୍ତ-ସ୍ୱଚ୍ଛତା ଅଭିଯାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା :(ସୁଭାଷ ସହାରେ) ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵରେ ଥିବା ୨୭ଟିଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛିI ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ଏହି ଅଭିଯାନ ୧୫ ଅକ୍ଟାେବରରୁ ଆରମ୍ଭ ହୋଇ ୩୦ ଅକ୍ଟୋବରରେ ସମାପ୍ତ ହୋଇଛି, ଯେଉଁଥିରେ ଅଞ୍ଚଳର ପ୍ରାୟତଃ ୩୦୦୦ ଜଣ ହିତାଧିକାରୀ ଭାଗ ନେଇ ଲାଭାନ୍ବିତ ହୋଇଛନ୍ତି ବୋଲି ବେଦାନ୍ତ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ସାମ୍ପ୍ରତିକ କୋଭିଡ-୧୯ର ବ୍ୟାପକତାକୁ ଦୃଷ୍ଟିରେ ରଖି କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ( ଏମ ଏଚ ୟୁ)ର ସ୍ୱାସ୍ଥ୍ୟ ସେବା କର୍ମୀମାନେ ହସ୍ତ ପ୍ରକ୍ଷାଳନର ଆବଶ୍ୟକତା ଏବଂ ସଠିକ ରୁପେ ଏହା କରିବାର ବିଧି ନେଇ ପାର୍ଶ୍ଵବର୍ତ୍ତୀ ୨୭ଟି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ I ଏହା ସହିତ ଅଡିଓ- ଭିଡିଓ ଗାଇଡ଼ ମଧ୍ୟ ଗୋଷ୍ଠୀ ସମୁଦାୟଙ୍କୁ ବିତରଣ କରାଯାଇଥିଲା I

ଏହି ପରିପ୍ରେକ୍ଷୀରେ ରେଦାନ୍ତ ଝାରସୁଗୁଡାର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଏନ. ସିଂହ କହିଛନ୍ତି ଯେ ଅଞ୍ଚଳବାସୀଙ୍କ ଆବଶ୍ୟକତା ତଥା ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ବେଦାନ୍ତ ବହୁ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ହାତକୁ ନେଇଛିI ସାମାଜିକ ଦାୟିତ୍ୱକୁ ତୁଲାଇବା ଦିଗରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଏକ ପ୍ରମୁଖ  ବିଷୟ ବସ୍ତୁ I ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ବାର୍ଷିକ ପ୍ରାୟତଃ ୩୭୦୦୦

ହିତାଧିକାରୀଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାର ଏକ ପ୍ରମୂଖ ଭୂମିକା ଗ୍ରହଣ କରିଛି I ଏ ଦିଗରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଛିI କୋଭିଡ-୧୯ର ବ୍ୟାପକତା ପରେ ବେଦାନ୍ତ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ଗୋଷ୍ଠୀ ସମୁଦାୟଙ୍କୁ ମହତ୍ଵପୂର୍ଣ୍ଣ ତଥା ଆବଶ୍ୟକତା ସହାୟତା ପ୍ରଦାନ କରିଆସିଛି, ଯାହାଦ୍ୱାରା ତୃଣମୂଳ ସ୍ତରରେ ଏହି ରୋଗକୁ ନେଇ ଅଧିକ ପ୍ରସ୍ତୁତିକରଣ ସମ୍ଭବ ହୋଇପାରିଛିI ବେଦାନ୍ତର ଏତାଦୃଶ ପ୍ରଚେଷ୍ଟାକୁ  କରି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଡୋଳାମଣି ପଟେଲ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଅଭିଯାନରେ ଭାଗ ନେଇ ସିରିଆପାଲି ଗ୍ରାମର କୃଷ୍ଣ ତନ୍ତୀ କହିଛନ୍ତି ଯେ  କୋଭିଡ-୧୯ ସମୟରେ ବେଦାନ୍ତ ତରଫରୁ ଆୟାଜିତ ହସ୍ତ ପ୍ରକ୍ଷାଳନ ସଚେତନତା ଅଭିଯାନର ଆରମ୍ଭରୁ ଭାଗ ନେଇଥିଲୁ I ଏଥରର ହସ୍ତ ପ୍ରକ୍ଷାଳନ କାର୍ଯ୍ୟକ୍ରମରେ  ଆବଶ୍ୟକତା ତଥା ସଠିକ ବିଧି ବିଷୟରେ ବିସ୍ତୃତ ଭାବରେ ଆମେ ଜାଣିବାକୁ ପାଇଲୁ ବୋଲି କହିଛନ୍ତି। ଏଥିପାଇଁ ସେ ବେଦାନ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault