ହେଡଲାଇନସ୍:

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲିବ "ଖାଦ୍ୟ ବିକ୍ରି କେନ୍ଦ୍ର"  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପୁଷ୍ଟିଶସ୍ୟ ମିଲେଟ୍ ସଂପର୍କରେ ଅଧିକ  ସଚେତନତା ସୃଷ୍ଟି ପାଇଁ ଉଦ୍ୟମ

ଭୁବନେଶ୍ୱର : ବାଜରା ଜାତୀୟ ଶସ୍ୟ ଜଳବାୟୁ ପରିବର୍ତ୍ତନ ସହନଶୀଳ, ସ୍ୱାସ୍ଥ୍ୟକର ଓ ପୁଷ୍ଟିଯୁକ୍ତ ହୋଇଥିବାରୁ ଏହାର ବହୁଳ ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି | ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୬ ବଜେଟରେ  "ମିଲେଟ୍ ମିଶନ ଓଡ଼ିଶା'(ପୁଷ୍ଟିଶସ୍ୟ ମିଶନ) ଘୋଷଣା କରିବା ପରେ ୨୦୧୭ ଖରିଫ୍ ଋତୁରେ ଏହାକୁ କାର୍ଯ୍ୟକାରୀ କରାଯାଇଛି | ଭାରତ ସରକାରଙ୍କ ଦ୍ୱାରା ୨୦୧୮କୁ ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଛି | 

ରାଜ୍ୟ ସରକାର ବାଜରା(ମିଲେଟ୍) ଜାତୀୟ ଶସ୍ୟ ସଂପର୍କରେ ଅଧିକ  ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଚଳିତ ମଇ ୨୦ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୁଇଟି ସ୍ଥାନରେ ଷ୍ଟଲମାନ ଖୋଲି ଏହି ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ବିକ୍ରି କରୁଛନ୍ତି |  ସୂଚନା ଅନୁଯାୟୀ ୨୦ ତାରିଖରେ ୟୁନିଟ୍-୧ ମାର୍କେଟ ଓ ରେଲ୍ୱେ ଷ୍ଟେସନରେ ଏବଂ ୨୧ ତାରିଖରେ ଟେକ୍ ମହିନ୍ଦ୍ର  ଓ ପଟିଆସ୍ଥିତ କିଟ୍ସ କଲେଜରେ ଏହାର ବିକ୍ରୟ କରାଯାଇଛିା  ୨୨ ତାରିଖରେ କଳିଙ୍ଗ ହସ୍ପିଟାଲ୍ ଓ ଜାଭିୟର ଇନ୍ଷ୍ଟିଚ୍ୟୁଟ  ଅଫ୍ ମ୍ୟାନେଜ୍ମେଣ୍ଟ, ୨୩ରେ ସିଆର୍ପିଏଫ୍ ଓ ପାସପୋର୍ଟ  ଅଫିସ, ୨୪ରେ ବରମୁଣ୍ଡା ବସଷ୍ଟାଣ୍ଡ ଓ ଖଣ୍ଡଗିରି, ୨୫ରେ କଳ୍ପନା ଛକ ଓ ରେଳ ଷ୍ଟେସନ୍, ୨୬ରେ ଲିଙ୍ଗରାଜ ମନ୍ଦିର ଓ ମ୍ୟୁଜିଅମ , ୨୭ରେ ଏଜି ଛକ ଓ ରାମ ମନ୍ଦିର ଛକ, ୨୯ରେ ୟୁନିଟ୍-୧ ମାର୍କେଟ ଓ ମଧୁସୂଦନ ପାର୍କ, ୩୦ରେ ଫର୍ଚୁନ୍ ଟାଓ୍ୱାର ଓ ଇନ୍ଫୋ ସିଟି ଏବଂ ଜୁନ ୧ ରେ ଆପୋଲୋ ହସ୍ପିଟାଲ୍ ଓ ସହିଦନଗରସ୍ଥିତ ପାଣ୍ଟାଲୁନ ଠାରେ  ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବା ଏହି ଷ୍ଟଲଗୁଡ଼ିକ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ | 

ରାଜ୍ୟ ସରକାର ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପ୍ମେଣ୍ଟ ଷ୍ଟଡିଜ୍ ଏବଂ ଓ୍ୱାଟର ସେଡ଼୍ ସପୋର୍ଟ ସର୍ଭିସେସ୍ ଆଣ୍ଡ ଆକଫିଭିଟି ନେଟ୍ଓ୍ୱାର୍କ ସହଭାଗିତରେ ଏହି କାର୍ଯ୍ୟକ୍ରମ କରାଯାଉଛି |  ସଂପ୍ରତି ମୁଖ୍ୟମନ୍ତ୍ରୀ ଏହି ମିଶନ ନିମନ୍ତେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତିା ଏହି ମିଶନକୁ  ୭ଟି ଜିଲ୍ଲାର ୩୦ଟି ବ୍ଳକକୁ  ୧୧ଟି ଜିଲ୍ଲାର ୫୫ଟି ବ୍ଲକକୁ ସଂପ୍ରସାରିତ କରାଯିବ |  ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସମନ୍ୱିତ ଶିଶୁବିକାଶ ଯୋଜନାରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଏହି ପୁଷ୍ଟିଶସ୍ୟ ଯୁକ୍ତ ଖାଦ୍ୟକୁ ସାମିଲ କରିବା ପାଇଁ ଯୋଜନା କରାଯାଉଛି | 

0
0
0
s2sdefault