ହେଡଲାଇନସ୍:

ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଓ ସାଙ୍ଗଠନିକ ସୁଦୃଢ଼ତା ଉପରେ ଆଲୋଚନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ତକତପୁରଠାରେ ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ ସଙ୍ଗଠନର ସଚିବ ଡ଼ଃ ଆଦିତ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉତ୍ତର ବିଭାଗର ସମ୍ପର୍କ ସଚିବ ରଘୁନାଥ ମହାନ୍ତ ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଭାରୀ ମଧୁସୂଦନ ଗଡ଼ନାୟକ ବୈଠକ ର ଆଭିମୁଖ୍ୟ ଉପରେ ଆଲୋକପାତ  କରାଇଥିଲେ । ବୈଠକରେ ମୁଖ୍ୟତଃ ପୁରୀ ଗୋବର୍ଦ୍ଧନ ମଠାଧିଶ ଜଗତ୍ଗୁରୁ ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ଶଙ୍କରାଚାର୍ଯ୍ୟ ଭାବେ ଅଭିଷିକ୍ତ ହେବାର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବଉପଲକ୍ଷେ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଓ ସାଙ୍ଗଠନିକ ସୁଦୃଢ଼ତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସଞ୍ଚାଳନ ସମିତିର ଅଧ୍ୟକ୍ଷ ପୂଜ୍ୟ ଗଜପତି ମହାରାଜା ଶ୍ରୀଶ୍ରୀଦିବ୍ୟସିଂହଦେବଙ୍କ ମାର୍ଗଦର୍ଶନରେ ପରିଚାଳିତ ଆଧ୍ୟାତ୍ମିକ ଯାତ୍ରାକୁ ସଫଳ କରାଇବା ନିମନ୍ତେ ଆଦିତ୍ୟ ବାହିନୀର ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା କ୍ଷେତ୍ରିୟ ସମ୍ପାଦକ ପ୍ରହଲ୍ଲାଦ ମହାନ୍ତ, ମୟୂରଭଞ୍ଜର ଗୌରଦାସ ଗିରି , ବାଲେଶ୍ୱରରୁ କୁମାର ସତ୍ୟଜିତ୍ ବେଜ୍, ଭଦ୍ରକ ର ନିମାଇଁ ଚରଣ ନାୟକ, ଯାଜପୁରର ପ୍ରଦ୍ୟୁମ୍ନ  କୁମାର ବିଶ୍ୱାଳ ପ୍ରମୁଖଙ୍କ ସମେତ ଶତାଧିକ ପଦାଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ 

 

 

 

 

 

0
0
0
s2sdefault