ପଦ୍ମପୁର-ଜେନିଥି ଲାୟନ୍ସ ଗୁରୁକୂଳ,ପଦ୍ମପୁର ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସଂକେତ ସାହୁ ୬୩୮ ମାର୍କ ଓ ସୁଶ୍ରୀ ଶ୍ରେୟା ଅଗ୍ରୱାଲ ୬୦୫ ମାର୍କ ରଖି ସର୍ବ ଭାରତୀୟ ନିଟ୍ ପରୀକ୍ଷା ୨୦୨୦ ରେ କୃତିତ୍ବ ହାସଲ କରିଛନ୍ତି । ସଂକେତ ସାହୁଙ୍କ ଗ୍ରାମ ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ ଗ୍ରାମ ସୁବାଷ ଚନ୍ଦ୍ର ସାହୁ ଓ ଜ୍ୟୋତି ସାହୁଙ୍କ ସୁପୁତ୍ର ଅଟନ୍ତି । ଶ୍ରେୟା ପଦ୍ମପୁର ର ବ୍ୟବସାୟୀ ଦିନେଶ୍ ଅଗ୍ରୱାଲ ଓ ଅନୁରାଧା ଅଗ୍ରୱାଲଙ୍କ ସୁକନ୍ଯା ଅଟନ୍ତି । ଉଭୟ ମାଟ୍ରିକ ପରୀକ୍ଷାରେ ମଧ୍ୟ ଏୱାନ୍ ଗ୍ରେପ୍ ରଖି କୃତିତ୍ବ ଅର୍ଜନ କରିଥିଲେ । ସର୍ବ ଭାରତୀୟ ପରୀକ୍ଷାରେ କୃତିତ୍ବ ହାସଲ କରିଥିବାରୁ ଆଜି ବୁଧବାର ଦିନ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା । ସେ ଉକ୍ତ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସୁଶାନ୍ତ ରଥ,ମହମ୍ମଦ ଜାଭେଦ,ପବନ କୁମାର ଅଗ୍ରୱାଲ ମଧ୍ୟ ସମ୍ବର୍ଦ୍ଧନା କରିଥିଲେ । ଅଭିଭାଷଣ ମହମ୍ମଦ ଜାଭେଦ ଏବଂ ସୁଶାନ୍ତ ରଥ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଅଧିକ ପ୍ରତିଯୋଗିତା ମୂଳକ ମନୋଭାବ ରଖି ଭବିଷ୍ୟତ ରେ ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରିଥିଲେ । ସଭାରେ ବିଦ୍ୟାଳୟ ଶିକ୍ଷକ କେଶବ ମେହେର,ଜୀବନ ଜ୍ଯୋତି ଛତ୍ରିଆ, ତରଣୀ ସେନ କୁମ୍ଭାରଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ,ଅଭିଭାବକ ଉପସ୍ଥିତ ଥିଲେ ।