ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳା ଶନିବାର ପ୍ରକାଶ ପାଇଛି । ଏଥିରେ କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨ ବିଜ୍ଞାନରେ ପାସ୍ ହାର ୭୩.୨୧ ରହିଥିବା ବେଳେ କିସ୍ରେ ପାସ୍ ହାର ହେଉଛି ୮୨ ପ୍ରତିଶତ । କିସ୍ରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ହାସଲ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ରହିଛି ୭୫ ପ୍ରତିଶତ । ଚଳିତବର୍ଷ ମୋଟ ୪୦୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀଙ୍କ ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।