ଆଗଲପୁର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ନଅଁଗାଁ (କ) ପେକ୍ସ ସଂମ୍ପାଦକ ରଞ୍ଜନ କୁମାର ସାହୁ ଓ ଡିଇଓ ରମେଶ ଚନ୍ଦ୍ରଖମାରୀ ଚାଷୀ ଙ୍କୁ ଶୋଷଣ କରୁଥିବା ଅଭିଯୋଗ ନେଇ କିଛିଦିନ ପୂର୍ବେ ବଲାଙ୍ଗିର ଜିଲ୍ଲାପାଲ୍, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋଇସିଂହା ବିଧାୟକ ମୁକେସ ମହାଲିଙ୍ଗ କୁ ଲିଖିତ ଅଭିଯୋଗ କରାଯାଇଥିଲା | ଉକ୍ତ ବିଷୟ କୁ ନେଇ ଗତ ୮ତାରିଖ ରେ ଜନଶୁଣାଣୀ ହେଇଥିଲା | ଏଆର୍ ସିଏସ୍ ଘଟଣାର ତଦନ୍ତ କରି ୧୨ତାରିଖରେ ପତ୍ରସଂଖ୍ୟା ୧୫୪୬ ଅନୁସାରେ ସଂମ୍ପାଦକ ରଞ୍ଜନ କୁମାର ସାହୁଙ୍କୁ ଆର୍ଥିକ କ୍ଷମତାରୁ ହଟାଯାଇଥିବା ସୂଚନା ମିଲିଛି | ତାଙ୍କ ସ୍ଥାନରେ ଅଶ୍ୱିନ ଗଡତିଆଙ୍କୁ ପେକ୍ସ ର ଦାଇତ୍ୱ ଦିଆଯାଇଛି | ନଅଁଗାଁ(କ) ର ବିଗତ ୫ବର୍ଷର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଦାଖଲ ପର୍ଯ୍ୟନ୍ତ ଶ୍ରୀ ସାହୁ ସହକାରୀ ରୂପେ କାର୍ଯ୍ୟ ସମ୍ପାଦନ କରିବେ ବୋଲି କୁହାଯାଇଛି | ପ୍ରକାଶ ଥାଉକିଯେ ଉକ୍ତ ସମସ୍ୟା ର ସମାଧାନ ନେଇ 5ଟି କମିସନରଙ୍କୁ ଅବଗତ କରାଯାଇଥିଲା |
ରାଜ୍ୟ
ନଅଁଗାଁ (କ) ପେକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟନୁଷ୍ଠାନ
- Hits: 222