ଗୋଟେ ଦିନରେ ଚାରିଜଣ କୋରୋନା ରୋଗୀ ଙ୍କର ଶବ ସତ୍କାର ସଂକଳ୍ପ ପରିବାର
ବରଗଡ :- କରୋନା ସମୟରେ ଆପଣାର ଲୋକ ବି ପର ହୋଇ ଯାଉଛନ୍ତି । ସରକଙ୍କର ଅନେକ ପ୍ରୟାସ ସତ୍ୱେ ଆଜି କୋରୋନା ରୋଗୀ ଅନେକ ସ୍ଥାନରେ ଠିକ ଭାବରେ ସେବା ପାଇବାରୁ ବଞ୍ଚିତ । ଏହି ଭଳି ସମୟରେ କୋରୋନା ରୋଗୀର ମୃତଦେହ ର ଅବସ୍ଥା ବାବଦରେ ନ କହିବା ଭଲ । ପରିସ୍ଥିତି ଦେଖିଲେ ଲାଗୁଛି ମାନବିକତା ହଜି ଗଲାଣି । ଏହି ଭଳି ସମୟରେ ବରଗଡ଼ ଜିଲ୍ଲାର ସଂକଳ୍ପ ପରିବାର ର ନିଃସ୍ୱାର୍ଥପର ସେବା ଦେଖିଲେ ମନେ ହୁଏ ଆଜିର ଏହି ସ୍ୱାର୍ଥପର ଦୁନିଆରେ ମାନବିକତା ବଞ୍ଚି ରହିଛି । ସଂକଳ୍ପ ପରିବାର ଓ ଏହାର ସଭ୍ୟ ମାନେ କୋରୋନା ମହାମାରୀ ର ସଂକ୍ରମଣ ଆରମ୍ଭ ହେବା ପରଠାରୁ ରୀତିମତ ସାଧାରଣ ଲୋକ ଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏହି କ୍ରମରେ ଆହୁରୀ ଏକପାଦ ଆଗକୁ ଆସି ପରିବାରର ସଭ୍ୟ ମାନେ କୋରୋନା ସଂକ୍ରମଣ ରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କର ଶବ ସତ୍କାର ପାଇଁ ଅଣ୍ଟା ଭିଡି ବାହାରିଛନ୍ତି । ଆଜି ପରିବାର ତରଫରୁ ଏକା ଥରକେ ଚାରି ଗୋଟି ଶବ ସତ୍କାର କରାଯାଇଥିଲା । ଆଜି ଯେଉଁ ଶବ ଗୁଡିକର ସତ୍କାର କରାଯାଇଛି ସେମାନଙ୍କର ମଧ୍ୟରେ
ବରଗଡ଼ ମୁନୁସିପାଲଟି ଅଞ୍ଚଳ ଜଣେ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ର ଜଣେ ,ଭଟଲି ବ୍ଲକ ଭଟଲି ଅଞ୍ଚଳର ଜଣେ ହୋଇଥିବାବେଳେ ଅତାବିରା ବ୍ଲକ ମୋନାପଡାର ଜଣେ ଅଟନ୍ତି । ମୋଟ ଚାରିଜଣ ମଧ୍ୟରୁ ଦୁଇଜଣ ପୁରୁଷ ହୋଇଥିବା ବେଳେ ଦୁଇ ଜଣ ମହିଳା ଅଟନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଏକାଥରକେ ଚାରି ଜଣ ଙ୍କର ଅନ୍ତିମ ସଂସ୍କାର ହୋଇ ନଥିଲା । ସମସ୍ତ ପ୍ରକାର କୋବିଡ଼ ନିୟମ ପାଳନ କରି ତଥା ସ୍ବେଚ୍ଛାସେବୀ ମନେ ପିପିଇ କୀଟ ପରିଧାନ କରି ସମ୍ପୂର୍ଣ୍ଣ ସମ୍ମାନର ସହିତ ଶବ ସତ୍କାର କରିଥିଲେ । ସଂକଲ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ, ସୁବ୍ରତ ଭୋଇ, ନିଲେଶ ପ୍ରଧାନ,ଶେଷଦେଵ ପଧାନ,ହିମାଂଶୁ ଦେହେରି, ଅତିଶ ଭୋଇ ଏହି ମହତ କାର୍ଯରେ ସାମିଲ ହୋଇ ଜନସାଧାରଣ ଙ୍କର ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।