ନୂଆପଡା(ଅମିତ ପୁରୋହିତ) ; ସ୍ଥାନୀୟ ସଦଭାବନା ଗୃହ ଠାରେ ଚାଇଲଡ୍ ଲାଇନ ୧୦୯୮ ସେବା ଉଦ୍ଘାଟିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶା ଓଡିଶା ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଦ୍ଧାଦେବ ସିଂ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉପ ଜିଲ୍ଲାପାଳ ତରଣିସେନ ନାଏକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ ଶିଶୁ ମଙ୍ଗଳ ଅଧ୍ୟକ୍ଷ କୁମୁଦ ହୋତା ଆଶା ଓଡିଶାର ସଭାପତି ସରସ୍ୱତୀ ମହନ୍ତ ପ୍ରମୁଖ ସମ୍ମାନୀତ ଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚାଇଲଡ୍ ଲାଇନ ୧୦୯୮ ସେବା ଏକ ୨୪ ଘଣ୍ଟିଆ ସେବା ଯେଉଁଥିରେ କି ଅସୁରକ୍ଷିତ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଉଦ୍ଧାର କରି ତାଙ୍କର ଉଚିତ ଥଇଥାନ ବ୍ୟବସ୍ଥା କରାଯାଇଥାଏ । ୧୦୯୮ ଏକ ଟୋଲ ଫ୍ରି ନମ୍ବର ଯେଉଁଥିରେ କି ଯେ କୈାଣସି ସମୟରେ ଅସୁରକ୍ଷିତ ଅବସ୍ଥାରେ ଥିବା ଶିଶୁ ମାନଙ୍କ ବିଷୟରେ ସୂଚନା ଯେକୈାଣସି ବ୍ୟକ୍ତି ଦେଇ ପାରିବେ । ନୂଆପଡା ଜିଲ୍ଲାରେ ଏହି ଦାଇତ୍ୱ ଶିଶୁ ମାନଙ୍କର ଅଧିକାର ପ୍ରଦାନ ନିମନ୍ତେ ଦିର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶା ଓଡିଶା କୁ ଦିଆଯାଇ ଅଛି । ଜିଲ୍ଲା ମଙ୍ଗଳ କମିଟି ର ସଦସ୍ୟ ଅଶ୍ୱିନି ପାତ୍ର ଏବଂ ସିଭିଲ କୋର୍ଟ ର ଆଇନଜିବୀ ପ୍ରକାଶ ସେନାପତି ଏହି ସେବା କିପରି ସମସ୍ତ ଅସୁରକ୍ଷିତ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ପ୍ରଦାନ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ । କାର୍ଯକ୍ରମଟି କୁ ଆଶା ଓଡିଶା ର ପ୍ରକଲ୍ପ ସଂଯୋଜକ ସଞ୍ଜିବ କୁମାର ନାଏକ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକତ୍ତା ମାନେ ସହେଯାଗ କରିଥିଲେ ।