ଅମୃତ ଧାରା ପାନୀୟ ଜଳ ପ୍ରକଳ୍ପ ଗାଏବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଂକ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବାକୁ ଦାବି କଲେ ବୁଦ୍ଧିଜୀବୀ

ବରଗଡ :- ବରଗଡ଼ ଜିଲ୍ଲାର ପାଇକମାଲ ସରକାରୀ ଡାକ୍ତରଖାନା ପରିସରରେ ଜନସାଧାରଣ ଙ୍କର ସୁବିଧା ଓ ଆବଶ୍ୟକତା କୁ ସମ୍ମାନ ଜଣାଇ ,୨୦୧୧ ମସିହା ଅକ୍ଟୋବର ମାସରେ ତତ୍କାଳୀନ ଲୋକସଭା ସାଂସଦ ଶ୍ରୀ ସଞ୍ଜୟ ଭୋଇ ତାଙ୍କର ସାଂସଦ ପାଣ୍ଠି ରୁ ଏକ ଅମୃତ ଧାରା ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପଟି କାର୍ଯକାରୀ ହେବା ଦ୍ୱାରା ଡାକ୍ତରଖାନା , ଥାନାକୁ ଆସୁଥିବା ଅନେକ ଲୋକଙ୍କର ସହିତ ଅନେକ ଆଖପାଖର ଲୋକ ଉପକୃତ ହେବା ସହିତ ଟିକେ ସ୍ୱଚ୍ଛ ଓ ନିର୍ମଳ ପାଣି ପାଇପାରିବେ ବୋଲି ଏକ ଆଶା ଲୋକଙ୍କ ମନରେ ଜାଗୃତ ହୋଇଥିଲା କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ ନିର୍ମାଣର ପ୍ରାୟ ନଅ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ରୁ ଜଣେ କେହିବି ଲାଭବାନ ହେବା ତ ଦୂରର କଥା ଏହି ପ୍ରକଳ୍ପ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବରେ ବେକାର ହୋଇ ପଡିରହିଛି । ପାଇକମାଲ , ଝାରବନ୍ଧ ବ୍ଲକ ର ଅନେକ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ଟୋପାଏ ପାଣି ପାଇଁ ଡାକ୍ତରଖାନାକୁ ଆସୁଥିବା ଲୋକ ଅନେକ ହନ୍ତସନ୍ତ ହେଉଛନ୍ତି ଯଦିଓ ଡାକ୍ତରଖାନା ପରିସରରେ ଏକ ଚାପାକଲ ଅଛି କିନ୍ତୁ ଏହାର ପାଣି ଲୋକେ ପିଇବା ପାଇଁ ପସନ୍ଦ କରୁ ନାହାହାନ୍ତି । ଏହି ସମସ୍ୟା କୁ ନେଇ ବାରମ୍ବାର ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ ଆଜି ପର୍ଯନ୍ତ ଏହି ଗୁରୁତର ସମସ୍ୟାକୁ ସମସ୍ତେ ଅଣଦେଖା କରି ଆସୁଛନ୍ତି । ବର୍ତମାନ ଏହି ପ୍ରକଳ୍ପ ରେ ଲାଗିଥିବା ସରଞ୍ଜାମ ଉଭେଇ ଯିବାରେ ଲାଗିଛି । ନିର୍ମାଣର ଏତେ ବର୍ଷ ବିତିଯାଇଥିଲେ ସୁଦ୍ଧା ଲୋକ ଏହି ପ୍ରକଳ୍ପ ରୁ ସୁବିଧା ନ ପାଇପାରିବାର ଯୋଗୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସରକାର ଙ୍କର ପ୍ରତିଟି ଯୋଜନା ବା ପ୍ରକଳ୍ପ ଜନସାଧାରଣ ଙ୍କର ମଙ୍ଗଳ ପାଇଁ ହେବା କଥା କିନ୍ତୁ ପାଇକମାଲ ସରକାରୀ ଡାକ୍ତରଖାନାରେ ଥିବା ଅମୃତ ଧାରା ପ୍ରକଳ୍ପ କାହା ସ୍ଵାର୍ଥ ରେ ବୋଲି ପ୍ରଶ୍ନ ଉଠୁଛି । ଏହି ପ୍ରକଳ୍ପ ର ମରାମତି କରି ଖୁବ ଶୀଘ୍ର ଏହାକୁ କାର୍ଯଖ୍ୟମ କରାଇବା ପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ପାଇକମାଲ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ଉପସଭାପତି ଶ୍ରୀ ସୁଶାନ୍ତ କୁମାର ନାଗ ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା ଦାବି କରିଛନ୍ତି  ।

0
0
0
s2sdefault