ରାୟଗଡା /ସରୋଜ ସାହୁ : ଉକ୍ରଳ ସାମ୍ବାଦିକ ସଂଘ ତରଫରୁ ରାୟଗଡା ସହରସ୍ଥିତ ପିତାମହଲ ପଂଚାୟତ ଅନ୍ତର୍ଗତ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖା ଆୟୋଜିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ସମ୍ମାନୀତ ଅତିଥି ଭାବେ ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି, ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଶାଖାର ସଭାପତି ସୁରେଶ ଦାଶ ଏବଂ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟର ନିର୍ଦେଶକ ରାଜେଶ କୁମାର ପାଢୀ ମଧ୍ୟ ମଂଚରେ ମଂଚାସୀନ ଥିଲେ । ରାଜ୍ୟ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ସଭାର ପ୍ରାରମ୍ଭରେ ସ୍ଥାନୀୟ ଆଜାଦ ହିନ୍ଦ କ୍ଲବର କଳାକାର ମାନେ ପ୍ରାରମ୍ଭିକ ସଂଗିତ ଗାନ କରିଥିଲେ ।
ଏହା ପରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖାର ସଂପାଦକ ରାଜେଶ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବର୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ନିମନ୍ତେ ମଂଚାସୀନ ଅଥିତି ମାନଙ୍କୁ ନିବେଦନ କରିଥିଲେ । ଉକ୍ତ ସମ୍ମିଳନୀର ମୁଖ୍ୟ ଅତିଥି ଶ୍ରୀ ଗଙ୍ଗାଧର ପୁଆଲା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଅନେକ ସାମ୍ବାଦିକ କାମ କରୁଥିବା ଅନୁଷ୍ଠାନ ତରଫରୁ କୌଣସି ପ୍ରାପ୍ୟ ନ ପାଇ ମଧ୍ୟ ନିସ୍ୱାର୍ଥପର ଭାବେ ସାମାଜର ଉନ୍ନତି ପାଇଁ କାମ କରିଥାନ୍ତି । ବର୍ତମାନ ସାମ୍ବାଦିକ ମାନେ ନ୍ୟାୟ ଦେବାରେ ମାଧ୍ୟମ ସାଜିବା ସହ ନିରୀହ ଲୋକଙ୍କ ସାହା ହୋଇ ଛିଡା ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ସମ୍ମାନୀତ ଅତିଥି ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ସୁସ୍ଥ ସମାଜ ଗଠନ ଦିଗରେ ସାମ୍ବାଦିକ ମାନଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକ ନିର୍ବାହ କରିଥାଆନ୍ତି ବୋଲି ପ୍ରକାଶ କରିଥିଲେ । ଏବଂ ନିଜ ଜୀବନରେ ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସାମ୍ବାଦିକ ମାନେ ସ୍ୱାଭିମାନ ସହ ବଂଚୁଛନ୍ତି ବୋଲି ପ୍ରକାଶ କରିଥିଲେ ବିଧାୟକ ଶ୍ରୀମୁଦୁଲି । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଭୂତି ଭୂଷଣ କର ନିଜ ବକ୍ତବ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସର କାଳୀନ ଭତା, ସମୁଚିତ ଅଧିସ୍ୱୀକୃତି ପ୍ରଦାନ, ପ୍ରେସ ଏକାଡେମୀ ଗଠନ ଓ ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଥିଲେ ଏବଂ ସରକାର ଯଦି ଏହି ଦାବୀ ଗୁଡିକୁ କାର୍ଯ୍ୟକାରୀ ନ କରନ୍ତି ତାହେଲେ ଏଥି ପାଇଁ ଆନେ୍ଦାଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରକାଶ କରିଥିଲେ ।
ରାଜ୍ୟସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମରେ ପାରରିପାର୍ଶ୍ଵିକ ଉନ୍ନୟନ କରୁଥିବା ରାୟଗଡା ଜିଲ୍ଲାରେ ଥିବା ୩ଟି ଶିଳ୍ପସଂସ୍ଥା ଜେ.କେ. କାଗଜ କଳ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏବଂ ଇମ୍ପା କଂପାନୀକୁ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ପରିବେଶ୍ବିତ ବିଶ୍ୱମୋହନ ପଟ୍ଟନାୟକ, ଆଇନଜୀବି ପ୍ରଦୀପ ଦାଶ, ସମାଜସେବୀ ଅନୁସୟା ମାଝୀ, ସମାଜସେବୀ ମଞ୍ଜୁଳା ମିଣିଆକା, ସମାଜସେବୀ ଗୋପିନାଥ ପାଢୀ ଏବଂ ହରିପ୍ରିୟା ପାଢୀଙ୍କୁ ମଧ୍ୟ ସଂଘ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିଭଳି ଉକ୍ତ ସମ୍ମିଳନୀରେ ରାଜ୍ୟରୁ ୨୨ଟି ଜିଲ୍ଲାରୁ ଆସି ଯୋଗ ଦେଇଥିବା ସଭାପତି, ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏଥି ସହ ରାୟଗଡ ଜିଲ୍ଲାର ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀରେ ଅଧିକା ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ସମ୍ମିଳନୀର ପ୍ରାରମ୍ଭରେ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା ।
ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଦୟାନନ୍ଦ ଖାଡାଙ୍ଗା, ବଶିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ରାୟଗଡ ଶାଖାର ପରିଚାଳନା ସମ୍ପାଦକ ମନୋଜ କୁମାର ସାହୁ ମଂଚ ପରିଚାଳନା କରିଥିଲେ ଏବଂ ରାୟଗଡ ଶାଖାର ସଭ୍ୟ ସାମ୍ବାଦିକ ରଶ୍ମୀ ରଂଜନ ଦୋରା, ଅମୁଲ୍ୟ ନିଶଙ୍କ , ଶ୍ରୀନାଥ ତାଡିଙ୍ଗି, ଶ୍ରୀଧର ଚୌଧୁରୀ, ସୁଶାନ୍ତ ମିଶ୍ର, ସନ୍ତୋଷ ପାଢୀ, ଆଇ. ସର୍ବେଶ୍ୱର ରାଓ, ଜୟରାମ ବର୍ମା, ହରିନାରାୟଣ ଦାସ, ବିଶ୍ୱରାଜ ଛିଂଚାଣୀ, ଶ୍ରୀନିବାସ ବଳିଆର ସିଂ, ସୁମନ ସାହୁକାର, ଦୀପକ କୁମାର ପଣ୍ଡା, ସୁବ୍ରତ ପଣ୍ଡା, ପ୍ରଶନ୍ନ କୁମାର ପଣ୍ଡା,ଶଙ୍କେତ କୁମାର ପାତ୍ର, ଏଙ୍କେଟି ପାଢୀ, ମାଉଡି ବାରିକ, ଗଣେଶ ରାଉତ, ପରମାନନ୍ଦ ପ୍ରଧାନ, ସୁଶାନ୍ତ ମହାରଣା, ସନ୍ତୋଷ କୁମାର ଦାଶ, ସନ୍ତୋଷ ସାହୁ ଓ ସରୋଜ କୁମାର ସାହୁ ପ୍ରମୁଖ ଉକ୍ତ ସମ୍ମିଳନୀରେ ଯୋଗ ଦେବା ସହ ଆୟୋଜିତ ସମ୍ମିଳନୀର ସମସ୍ତ କାର୍ଯରେ ସହଯୋଗ କରିଥିଲେ ।