ବେସରକାରୀ ଶିକ୍ଷାନୁଷ୍ଠାନର ଜୋର ଜୁଲୁମର ଶିକାର ହେଉଛନ୍ତି ଅଭିଭାବକ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ମାଡ ରେ ଆର୍ଥିକ ଅବସ୍ଥା ଦୋହଲି ପଡିଥିବାବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ପଦ୍ମପୁର ସହର ର ଅନତି ଦୂରରେ ଥିବା ଭେଉଁରିଆ ଗ୍ରାମ ର କେତେକ ଅଭିଭାବକ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ୍ ଙ୍କୁ ଅଭିଯୋଗ କରିଛନ୍ତି l ଏଠାକାର ଚାଷୀ ଠୁ ଆରମ୍ଭ କରି ମଳିମୁଣ୍ଡିଆ ଯାଏଁ ନିଜନିଜ ପୁଅଝିଅ ଙ୍କ ଉଜ୍ଜଳ ଭବିଷ୍ୟତ ତଥା ଖୁବ ଭଲ ସଂସ୍କାର ରେ ଗଢ଼ି ତୋଳିବା ପାଇଁ ଦିର୍ଘ ୫ ରୁ ୭ ବର୍ଷ ହେବ ପଦ୍ମପୁର ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ନାମ ଲେଖାଇ ପାଠ ପଢାଇ ଆସୁଥିଲେ l ହେଲେ ପାଖାପାଖି ଆଠ ମାସ ହେବ ସାରା ବିଶ୍ୱ ରେ କରୋନା ଆତଙ୍କରାଜ ଚଳାଇଥିବାବେଳେ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି l ଏ ପଟେ ରୋଗ ଦାଉ ରୁ ଚାଷ କୁ ରକ୍ଷା ମଧ୍ୟ କରି ହେଲାନି କହିଲେ ଚଳେ lଯାହା ଜଣା ପଡୁଛି ଏ ବର୍ଷ ଠିଆଠିଆ ମରୁଡି ର ସଙ୍କେତ ଦେଖାଦେଉଥିବାବେଳେ ପିଲା ମାନଙ୍କ ମାସିକ ସ୍କୁଲ ଫିସ ଦେବାରେ ସ୍ୱାକ୍ଷରକାରୀ ଗଣ ଅସମର୍ଥ lଏ ଭଳି ସ୍ଥିତିରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସମସ୍ତ ଫିସ ସ୍କୁଲ ର ପଇଠ ନ କଲେ ଆମେ ସାର୍ଟିପିକେଟ ଦେଇ ପାରିବୁ ନାହିଁ ବୋଲି ରୋକଠୋକ୍ ମନା କରିବାରୁ ବାଧ୍ୟହୋଇ ଆଜି ଉପଜିଲ୍ଲାପାଳ ଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଏ l

0
0
0
s2sdefault