ପଦ୍ମପୁର- ବାରମ୍ବାର ପାଗରେ ପରିବର୍ତ୍ତନ ତଥା ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ପ୍ରକୄତିକ ଅସହଯୋଗିତାର ପ୍ରଭାବ ଚାଷୀ ମାନଙ୍କ ଉପରେ ପଡୁଛି । ବିଭିନ୍ନ ପ୍ରକାର ରୋଗପୋକ ଆକ୍ରନ୍ତ ଯୋଗୁଁ ଫସଲ ନଷ୍ଟ ହେଉଛି କୌଣସି ପ୍ରକାର କୀଟନାଶକ ଔଷଧ ସିଂଚନ କଲେ ମଧ୍ୟ କାମକୁ ଆସୁନାହିଁ କେବଲ ଦୋକାନୀ ଭଲ ରୋଜଗାର କରୁଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଚାଷୀମାନେ ଏହି ଫସଲ ନଷ୍ଟ ବିଷୟରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି । ଚଲିତ ବର୍ଷ ଭଲ ବର୍ଷା ଯୋଗୁଁ ଧାନଚାଷ ଭଲ ଆଶାନେଇ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି ହେଲେ ପ୍ରକୄତିକ ଅସହଯୋଗ ଯୋଗୁଁ ରୋଗପୋକ ଆକ୍ରନ୍ତ ଯୋଗୁଁ ଫସଲ ନଷ୍ଟ ହେଉଛି । ଧାନ ଫସଲ ଭଲ ଭାବରେ ମଞ୍ଜି ହୋଇ ନ ପାରି ଅଗାଡି ହେଉଛି । ଏଣୁ ଚାଷୀଙ୍କୁ କୀଟନାଶକ ସହାୟତା ତଥା କ୍ଷତିପୂରଣ ସହାୟତା ଯୋଗାଇଦେବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି ।
ରାଜ୍ୟ
ସବୁ ମାଡ ଚାଷୀ ପିଠିରେ : ପ୍ରକୃତି ଦାଉ ସାଧୁଛି, ରୋଗପୋକ ଫସଲ ଉଜାଡୁଛନ୍ତି ।
- Hits: 428