ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ତିତିଲି" ବାତ୍ୟାକୁ ଦୁଇ ବର୍ଷ ପୁରିବାକୁ ଯାଉଥିଲା ବେଳେ ସେହି ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗାଁ ମଧ୍ୟରୁ ରାୟଗଡ ପଞ୍ଚାୟତ ସମିତିର କଇଁପୁର ଗ୍ରାମ ପଞ୍ଚାୟତର ମାଡ଼ବା ଗ୍ରାମ ଅନ୍ୟତମ , ଭୂସ୍ଖଳନ ପାଇଁ ମାଡ଼ବା ଗ୍ରାମ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଯୋଗୁଁ , ତିତିଲି ବାତ୍ୟା ପରେ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀ ମିଶି ନିଷ୍ପତ୍ତି ନେଇଥିଲେ ଯେ ଗ୍ରାମଟି ଏକ ନିରାପଦ ସ୍ଥାନରେ ତିଆରି କରିବା ପାଇଁ।
ତେଣୁ ଜିଲ୍ଲା ପ୍ରଶାସନ ଗ୍ରାମ ତିଆରି କରିବା ପାଇଁ କଇଁପୁର ଗ୍ରାମ ପାଖରେ ଏକ ନିରପଦ ସ୍ଥାନରେ ଯୋଗାଇ ଦେଇଥିଲେ। ତାପରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କର ସୁବିଧା ପାଇଁ ପ୍ରତି ପରିବାର ପାଇଁ ଗୃହ , ପାନୀୟ ଜଳ ବ୍ୟବସ୍ଥା , ବିଦ୍ୟୁତ ଯୋଗାଣ , ପାଇଖାନା , ରାସ୍ତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରିଥିଲେ।ଯାହାଫଳରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ମୁହୂର୍ତ୍ତରେ ପହଞ୍ଚିଥିଲା।ଶନିବାର ଦିନ ଜିଲ୍ଲାପାଳ ଅନୁପମ ସାହା ଗ୍ରାମରେ ପହଞ୍ଚି ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠି , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା , ବ୍ଳକ ଅଧ୍ୟକ୍ଷ ଧନେଶ୍ୱର ବେହେରା ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଗୃହ ନିର୍ମାଣ କାର୍ଯ୍ୟ ବିଜୁ ପକ୍କାଘର ଯୋଜନାରେ ୮୩ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ , ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରୀୟ ଅର୍ଥ କମିଶନର ୪ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ , ବିଦ୍ୟୁତକରଣ ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୧୭ ଲକ୍ଷ ଟଙ୍କା ବ୍ୟୟରେ , ପାଇଖାନା ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାର ୭ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ଏବଂ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୧୭ ଲକ୍ଷ ଟଙ୍କା ବ୍ୟୟରେ କରାଯିବା ଅଟକଳ ବ୍ୟବସ୍ଥା ହୋଇଛି ବୋଲି ଏକ ଲିଖିତ ପ୍ରେସ ବିବୃତ୍ତିରେ ସାମ୍ବାଦିକ ମାନଙ୍କୁ ଜଣାଇ ଦିଆଯାଇଛି।