ହେଡଲାଇନସ୍:

ଛାତ୍ର ଛାତ୍ରୀମାନେ ଦେଶ ପାଇଁ ଉତ୍ସର୍ଗିକୃତ ହୁଅନ୍ତୁ : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛାତ୍ର ଛାତ୍ରୀମାନେ ଦେଶ ପାଇଁ ଉତ୍ସର୍ଗିକୃତ ହୁଅନ୍ତୁ : ଜିଲ୍ଲାପାଳ 

ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦୀୟମାନ ତାରକା ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର( ନିରୋଜ ମିଶ୍ର)- ସ୍ଥାନୀୟ ଡି.ଆର.ଡି.ଏ କନଫରେନ୍ସ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ୨୭ ଜଣ ବିଦ୍ୟାର୍ଥୀଙ୍କ ସମ୍ମାନାର୍ଥେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ‘ଉଦୀୟମାନ ତାରକା ଉତ୍ସବ’ ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଟ୍ରଫି, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିଜ ପ୍ରତିକ୍ରିୟାରେ ଜିଲ୍ଲାପାଳ ଶ୍ରୀ ଡାକୁଆ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପରିବାରର ସଂକିର୍ଣ୍ଣ ପରିବେଶରୁ ଉଦ୍ଧ୍ୱର୍କୁ ଉଠି ଦେଶ ପାଇଁ ନିଜକୁ ଉତ୍ସର୍ଗିକୃତ  କରିବାକୁ ଉପଦେଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଉପ-ଜିଲ୍ଲାପାଳ ଭୈରବ ସିଂ ପଟେଲ ଛାତ୍ର ଛାତ୍ରୀମାନଙ୍କୁ  ସମ୍ବର୍ଦ୍ଧନା ଦେଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଗାମୀ ଦିନରେ କଠିଣ ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ, ସିନଖମନର ଛାତ୍ର ହିମାଂଶୁ ଶେଖର ସାହୁ  ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଟଣାଗଡର ଛାତ୍ରୀ ସୁଶ୍ରୀ ସ୍ମୃତିଶ୍ରୀ ସୁଆଁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିବା “ମାନସ  ମନ୍ଥନ” କାର୍ଯ୍ୟକ୍ରମ ତାଙ୍କ ସଫଳତାର ହାରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା ବୋଲି ମତ ପ୍ରଦାନ କରିଥିଲେ । ହିମାଂଶୁ ଶେଖର ସାହୁ, ମାନସ ରଞ୍ଜନ ମହାପାତ୍ର, ସ୍ମୃତିଶ୍ରୀ ସୁଆଁର, ଅରୁଣିମା ମିଶ୍ର, ଦୁର୍ଗେଶ୍ୱରୀ ଅଗ୍ରୱାଲ, କାମିନି କାଞ୍ଚନ ସା, ରାକେଶ ମହାପାତ୍ର, ଦିବ୍ୟ କୃଷ୍ଣ ପ୍ରଧାନି, ସତ୍ୟନାରାୟଣ ପଣ୍ଡା, କାହ୍ନା ଚରଣ ଦାସ, ସୁଭ୍ରା ଚନ୍ଦ୍ରଲେଖା ସାହୁ, ନିତିଶ କୁମାର ସ୍ୱାଇଁ, ସୁଶୋଭନ ଚାନ୍ଦ, ସୌମ୍ୟ ରଞ୍ଜନ ସାହୁ, ସୁଶ୍ରୀସ୍ମିତା ସାହୁ, ନନ୍ଦିତା ପାନହରା, ଆଶିର୍ବାଦ ପଣ୍ଡା, ଚର୍ଚ୍ଚିତ କୁମାର ଭୋଇ, ଆକାଂକ୍ଷା ମେହେର, ସୁଶ୍ରୀତା ସାହୁ, ଦୀପାଲି ମେହେର, ଶ୍ରାବଣୀ ପ୍ରିୟଦର୍ଶିନି ବଗର୍ତ୍ତୀ, ସତରୂପା ପଣ୍ଡା, ବିଶ୍ୱାସ ଠାକୁର, ନିହାରୀକା ମିଶ୍ର, ଶିବ ନାରାୟଣ ମେର୍ଣ୍ଣା, ସିଦ୍ଧାନ୍ତ ରଞ୍ଜନ ଯୋଶୀ ସମୁଦାୟ ୨୭ ଜଣ ଏ-୧ ଗ୍ରେଡ ପାଇଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନୀଳମଣୀ ପଟେଲ । ଶେଷରେ ଧନ୍ୟବାଦ ଦେଇଥିଲେ ଜିଲ୍ଲା କ୍ରୀଡା ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ଶୁଭେନ୍ଦୁ ପଧାନ, ପର୍ଶୁରାମ କୁଅଁର, ଅଶ୍ୱିନୀ ଷଡଙ୍ଗୀ, ରଂଜିତ  ମିଶ୍ର, ଅନିଲ ନନ୍ଦ, ବିଶ୍ୱଜିତ ପଧାନ, ଶିବ ପ୍ରସାଦ ତ୍ରିପାଠି, କରୁଣା ସା, ଅନୀଲ ଅଗସ୍ତୀ, ପ୍ରହଲ୍ଲାଦ ମହାକୁର ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସାହିତ୍ୟ ଏକାଡେମୀ ସଭ୍ୟ ଡ. ସଞ୍ଜୟ ମିଶ୍ର, ଶିକ୍ଷାବିତ୍ ସନାତନ୍ ଠାକୁର୍, ପଦ୍ମଚରଣ ଆଚାର୍ଯ୍ୟ, ରାଘବ ପାଣିଗ୍ରାହୀ, ବିନୋଦ ବିହାରୀ ପାଣିଗ୍ରାହୀ, ତାରାକାନ୍ତ ମିଶ୍ର, ଏ-୧ ଗ୍ରେଡ ପାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଛାତ୍ର ଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ଥିଲେ । 

 

0
0
0
s2sdefault