ହେଡଲାଇନସ୍:

ସୁନା ନଦୀରେ ଟାଟା କମ୍ପାନୀର ବନ୍ଧ ନିର୍ମାଣକୁ ନେଇ ଲଙ୍କା କାଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳିି ଦେଲେ ସ୍ଥାନୀୟ ବାସିନ୍ଦା

15-05-18-JODA.jpg - 97.88 kB

ଯୋଡା  : ସେପଟେ ଛତିଶଗଡ ମହାନଦୀ ଉପରେ ବ୍ୟାରେଜ କରିଛି ବୋଲି ରାଜ୍ୟସରକାର ଯୁଧାମଦେହୀ ଡାକରା ଦେଇ ଖୋଦ ମୁଖ୍ୟମନ୍ତ୍ରୀ ଲଢ଼େଇକୁ ବାହାରି ପଡିଥିବା ବେଳେ ସେପଟେ ଓଡିଶା ଭିତରେ ଟାଟା କମ୍ପାନୀ ପ୍ରକଳ୍ପ  ରିପୋର୍ଟରେ ଥିବା ସର୍ତ୍ତର ଉଲ୍ଲଘଂନ କରି ସୁନା ନଦୀ ଉପରେ ବନ୍ଧା ନିର୍ମାଣ କରିବାକୁ ଯାଉଛି | ଫଳରେ ଯୋଡ଼ା ଓ ଏହାର ଆଖପାଖ ଅଂଚଳରେ ଗୁରୁତର ଜଳାଭାବ ଦେଖାଦେବାର ଆଶଙ୍କା ରହିଛି | ଏହାକୁ ବିରୋଧକରି ସ୍ଥାନୀୟ ଜଣ ସାଧାରଣ ଆନ୍ଦୋଳକୁ ଓଲ୍ହାଇଛନ୍ତି | ସୋମବାର ଦିନ ଖଣ୍ଡବନ୍ଧ ଠାରେ ସୁନା ନଦୀ ଉପରେ ନିର୍ମାଣଧିନ ବନ୍ଧକୁ ନେଇ ସ୍ଥାନୀୟ ବାସିନ୍ଦା ଲଙ୍କା କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ସେମାନେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ନିୟୋଜିତ ଥିବା  ମିକ୍ସଚର ମେସିନ, କ୍ରେନ, ଲୋଡର ଇତ୍ୟାଦି ଦାମି ଯନ୍ତ୍ରପାତି ଗୁଡିକରେ ନିଆଁ ଲଗାଇଦେଇଛନ୍ତି । ଫଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି । କିଛି ସମୟ ଧରି ନିର୍ମାଣ ସ୍ଥାନଟି କୁରୁକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣରେ କାର୍ଯ୍ୟରତ କର୍ମଚାରୀମାନେ ଜୀବନ ବିକଳରେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାର ୨ ଘଣ୍ଟା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

 ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏହି ବନ୍ଧଟି ସୁନା ନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରି ଏହାର ଜଳକୁ ଲୁହା ପଥର ଧୋଇବା ନିମନ୍ତେ ବ୍ୟବହାର କରିବା ପାଇଁ ମସୁଧା ଚଳାଇଛି । ଫଳରେ ଏହି ଚୀରଶ୍ରୋତା ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ପାଣି ଟୋପାଇ ପାଇବାରୁ ବଞ୍ଚିତ ହେବେ । ବାରମ୍ବାର ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର କିମ୍ବା କମ୍ପାନୀ ଏଥିରେ କର୍ଣ୍ଣପାତ କରିନାହାନ୍ତି । ତେଣୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ନକରାଗଲେ ଆନେ୍ଦାଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ ରଇଡା, ମାଙ୍କଡ ହଟିଂ, କ୍ୟାମ୍ପ ହଟିଂ, କୋହ୍ଲ ରୋଇଡା, କୁନ୍ଦୁରୁପାଣୀ, ଚୋରମାଲଦା ପ୍ରଭୁତି ଅଞ୍ଚଳର ଶହ ଶହ ମହିଳା ପୁରୁଷ ଭାଗନେଇଥିଲେ । ଏହି ବନ୍ଧ ନିର୍ମାଣ ଦ୍ୱାରା ଯୋଡା ପୌରପାଳିକା ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେବ ବୋଲି ଜଣାପଡିଛି । 

ଏଠାରେ ସୂଚନା ଯୋଗ୍ୟ, କମ୍ପାନୀ ୮ଲକ୍ଷ ମେଟିକ ଟନ୍ ଲୁହା ପଥର ଧୋଇବା ପାଇଁ ଏଠାରେ ଏହି ପ୍ରକଳ୍ପଟି ନିର୍ମାଣ କରୁଅଛି । ଏହି ପ୍ରକଳ୍ପ ବିବରଣୀରେ କୁନ୍ଦୁରୁନାଲା ରୁ ଜଳ ନେଇ ବ୍ୟବହାର କରିବା ପାଇଁ ଦର୍ଶାଇଥିବା ବେଳେ ସୁନା ନଦୀ ଉପରେ ବନ୍ଧ ବାନ୍ଧିବା ଏବଂ କୁନ୍ଦୁରୁନାଲା ଭଳି କୌଣସି ଜଳ ଉତ୍ସ ଏ ଅଞ୍ଚଳରେ ନଥିବା ଜଣାପଡିଛି, ଯାହା କମ୍ପାନୀର ଏକ ଚାଲ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । 

 

0
0
0
s2sdefault