ହେଡଲାଇନସ୍:

ଅରୁଣ ରାୟ ନୂଆ ଏଡିଜିପି ଯୋଗାଯୋଗ, ଲଳିତ ଦାସଙ୍କୁ ମୁଖ୍ୟାଳୟ ଦାୟିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜେଠୱା ସମ୍ଭାଳିବେ ଆଇନ ଶୃଙ୍ଖଳା, ରେଖା ଲୋହାନି ନୂଆ ଏସିପି 

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି | ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | କେନ୍ଦ୍ରୀୟ ଡେପୁଟେସନ୍ ଫେରିବା ପରେ ୧୯୮୮ ବ୍ୟାଚ୍ ର ଅଧିକାରୀ ଅରୁଣ କୁମାର ରାୟଙ୍କୁ ଏଡିଜିପି ଯୋଗାଯୋଗ  ଅବସ୍ଥାପିତ କରାଯାଇଥିବା ବେଲେ  ୧୯୯୪ ବ୍ୟାଚ୍ ଆଇପିଏସ୍ ୱାଇ.କେ.ଜେଠୱାଙ୍କୁ ଆଇନ ଶୃଙ୍ଖଳା ବିଭାଗର ଏଡିଜିପି ଭାବେ ଓ  ୧୯୯୫ ବ୍ୟାଚ୍ ଅଧିକାରୀ ରିତୁ ଆରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ  ନିଯୁକ୍ତି ଦିଆଯାଇଛି ।  ଏଡିଜିପି,ଯୋଗାଯୋଗ ଦାୟିତ୍ୱରେ ଥିବା ୧୯୯୨ ବ୍ୟାଚ୍ ଅଧିକାରୀ ଲଳିତ ଦାସଙ୍କୁ ଏଡିଜିପି,ମୁଖ୍ୟାଳୟ ଭାବେ ବଦଳି କରାଯାଇଛି । ସେହିଭଳି ଆଡିସିନାଲ୍ କମିଶନର ଥିବା  ୧୯୯୬ ବ୍ୟାଚ୍ ର ସଞ୍ଜୟ କୁମାର ସିଂହଙ୍କୁ ଆଇଜିପି, ଆଧୁନିକୀକରଣ ଭାବେ ନିଯୁକ୍ତି ମିଳିଥିବା ବେଲେ ଏସସିଆରବି ନିର୍ଦ୍ଦେଶକ ପଦରେ ଥିବା ୧୯୯୮ ବ୍ୟାଚ୍ ର ରାଜେଶ କୁମାରଙ୍କୁ ଆଇଜିପି, ଫରେନସିକ୍ ଲାବୋରେଟୋରି ଭାବେ ଅବସ୍ଥାପିତ  କରାଯାଇଛି । ଢ଼େଙ୍କାନାଳ ଏସପି ଥିବା ୨୦୧୩ ବ୍ୟାଚ୍ ଆଇପିଏସ୍  ଅନୁପମା ଜେମସ୍ ଙ୍କୁ ଭିଜିଲାନସ୍ ଏସପି ଭାବେ ବଦଳି କରାଯାଇଛି । 

0
0
0
s2sdefault