ପଦ୍ମପୁର/ନୀଳ ଦୀପ - ଆଜି ସକାଳ ପାଖାପାଖି ୯ଘଣ୍ଟା ସମୟରେ ଏକ ଚାରି ଚକିଆ ଜାନ (ଛୋଟାହାତି) ରେ ୧୪ ଜଣ ଦାଦନ ଚାଲାଣ ସମୟରେ ପଦ୍ମପୁର ପୋଲିସ ଉଦ୍ଧାର କରିଛି । ସୁଚନା ଅନୁଯାୟୀ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀମାଲ ଗ୍ରାମର ୧୪ ଜଣ ଶ୍ରମିକଙ୍କୁ ଏକ ଛୋଟାହାତି ଗାଡିରେ (OD 17 L 9479) ବରପାଲି ବ୍ଳକ ବାରଙ୍ଗପାଲି ଗ୍ରାମର କଏରା ପ୍ରଧାନ ଦାଦନ ପାଇଁ ଶ୍ରମିକମାନଙ୍କୁ ନେଉଥିଲେ ।ଖବର ପାଇ ସବଇନପେକ୍ଟର ଗଣେସ ସାହୁଙ୍କ ଏକ ଟିମ ଉକ୍ତ ଗାଡିକୁ ଭେଉଁରିଆ ଛକ ଠାରେ କବୁକରି ଶ୍ରମିକ ଉଦ୍ଧାର କରିଥିଲେ ।ଗାଡ଼ିର ଡ୍ରାଇଭର ଥାନାରେ ଅଟକ ଥିବା ଜଣାପଡିଛି ।
ରାଜ୍ୟ
ପଦ୍ମପୁର ପୋଲିସର ଆଉ ଏକ ସଫଳତା : ୧୪ ଜଣ ଦାଦନ ଚାଲାଣ ସମୟରେ ଉଦ୍ଧାର
- Hits: 1171









