ହେଡଲାଇନସ୍:

କେଡେ ଗାଲୁଆ ସେ ଥାନା ଅଧିକାରୀ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଜୀବିତ ଲିଲି ନାଏକ ମୃତ ପ୍ରସଙ୍ଗ : ଖାକିରେ ଲାଗିଥିବା ଦାଗ ପୋଛିଲା ପୋଲିସ 

11-05-18-bari-w.jpg - 79.72 kB
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୨ ମଇ ୨୩ର ଘଟଣା । ମୟୂରଭଞ୍ଜ ଜିଲ୍ଲା ପରଡ଼ା ଥାନା ଅନ୍ତର୍ଗତ ଧଡ଼ାସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏକ ଅଚିହ୍ନା ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଜନସାଧାରଣ ମୋରଡ଼ା ଥାନାକୁ ଖବର ଦେଇଥିଲେ । ସଂଯୋଗ ବଶତଃ ଉକ୍ତ ଗ୍ରାମର ଲିଲି  ନିଜ ବାପ ଘର ନିକଟ ଡୁମ୍ବୁରୀ ଗ୍ରାମର ସଜନୀ ଧଳ ନାମକ ଏକ ଯୁବକଙ୍କୁ ଭଲ ପାଇ ବସିଥିଲା ଓ ସମୟ ସୁବିଧା ଦେଖି ଲିଲି  ଶାଶୁ ଘରୁ ଲୁଚି  ପ୍ରେମିକ ସଜନୀ ସହିତ ୧୧/୦୫/୨୦୧୨ ତାରିଖ ସନ୍ଧ୍ୟା ସମୟରେ ପଳାଇ ଯାଇ ଥିଲା । ଶାଶୁ ଘର ଲୋକ ଖୋଜି ପାଇବାର ଭୟରେ ଏହି ଦୁଇ ଜଣ ସ୍ଥାନ ବଦଳାଇ  ଶେଷରେ କୋଲକାତାରେ ଯାଇ ପହଂଚିଥିଲେ । ଏଣେ ଶୁକଦେବ ଘରେ ନିଜର ସ୍ତ୍ରୀ ଲିଲିକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲା  ।  ସମସ୍ତ ବନ୍ଧୁ ବାନ୍ଧବ ଘର ସାହି ପଡ଼ିଶା  ସବୁଠାରେ ଖୋଜା ଖୋଜି କରିବା ପରେ ଲିଲିର ସନ୍ଧାନ ନମିଳିବାରୁ ସଜନୀ ଧଳ ଉପରେ ସମସ୍ତ ସନେ୍ଦହ କେନ୍ଦ୍ରିଭୂତ ହୋଇଥିଲା । ଏହା ପରେ  ଲିଲିକୁ ଡୁମ୍ବୁରୀ ଗ୍ରାମର ସଜନୀ ଧଳ  ନେଇ ପଳାଇ ଯାଇଥିବାର ସନେ୍ଦହ କରି ମୋରଡ଼ା ଥାନାରେ ୧୭/୦୫/୨୦୧୪ ତାରିଖରେ ଲିଖିତ ଅଭିଯୋଗ ଆଣିଥିଲା ସ୍ୱାମୀ  ଶୁକ ଦେବ ନାୟକ । ମାତ୍ର ତକ୍ରାଳୀନ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ଦାୟିତ୍ୱହୀନ ଭାବେ କୂଅରେ ଭାସିଥିବା ଯୁବତୀର ଶବକୁ ଲିଲି ନାଏକର ଶବ ଏବଂ ଲିଲିକୁ ତାର ସ୍ୱାମୀ ଶୁକଦେବ ହତ୍ୟାକାରି କୂଅରେ ପକାଇ ଦେଇଥିଲା, ଏହି କାର୍ଯ୍ୟରେ ଲିଲିର ଭାଇ ଭିଣୋଇକୁ ସହାୟତା କରିଥିବାର ଦର୍ଶାଇବା ସହିତ ଏକ କପୋଳକଳ୍ପିତ ମନଗଢ଼ା କାହାଣୀ ରଚନା କରି ଶୁକଦେବ ଓ ଶଳା ସୁଦାମ ସିଙ୍କୁ ବନ୍ଧୁକ ଦେଖାଇ ଓ ସେମାନଙ୍କ ଉପରେ ଥାଡର଼୍ଡ଼ିଗ୍ରୀ ପ୍ରୟୋଗ କରି ମିଥ୍ୟା ଜମାନବନ୍ଦୀ ଉପରେ ସ୍ୱାକ୍ଷର କରାଇ ଭିଡ଼ିଓ ରେକଡର଼୍ିଂ କରାଇ ନେଇଥିଲେ । ଲିଲି ଏଣେ କୋଲକାତାରେ ନିଜର ପ୍ରେମିକ ସଜନୀ ଧଳଙ୍କ ସହିତ ଘର ସଂସାରୀ ବସାଇବା ପରେ ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ନେଇ ସାରିଥିଲା । ଏହି ସମୟରେ ତାକୁ ହତ୍ୟା କରିଥିବା ଅଭିଯୋଗରେ ତାର ପ୍ରଥମ ସ୍ୱାମୀ ଶୁକଦେବ ନାୟକ ଓ ଭାଇ ସୁଦାମ ସି ଜେଲ ଯାଇଥିବା ଜାଣିବାକୁ ପାଇଥିଲା । କୌଣସି ଅପରାଧ ନକରି ଏମାନେ ଜେଲ ଯିବା ଖବର ପାଇ ଭାଙ୍ଗି ପଡ଼ିଥିଲା ଲିଲି । ଶୁକଦେବ ଓ ଭାଇକୁ ନିଦେ୍ର୍ଧାଷ ପ୍ରମାଣିତ କରାଇବା ପାଇଁ ୦୨/୦୯/୨୦୧୪ତାରିଖ ମଙ୍ଗଳବାର ପୂର୍ବାହ୍ନ ସମୟରେ ମିଲି ବାରିପଦା କୋର୍ଟରେ ହାଜର ହୋଇ ସେ ମୃତ ନୁହେଁ ଜୀବିତ । ତାକୁ କେହି ହତ୍ୟା କରି ନାହିଁ , ସେ ନିଜ ଇଚ୍ଛାରେ ଶାଶୁ ଘରୁ ପଳାଇ ଯାଇ କୋଲକାତାରେ ନିଜ ପ୍ରେମିକ ସହିତ ରହୁଥିଲା ବୋଲି ଜମାନ ବନ୍ଦୀ ଦେବା ପରେ ଗୋଟାଏ ଘଟଣା ଉପରୁ ପରଦା ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପରେ ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟର ଜଜ୍ ଅନୁପସ୍ଥିତ ଥିବାରୁ ୧୮/୧୦/୨୦୧୪ କୁ ତାରିଖ ହେବା ପରେ ସମସ୍ତ କାଗଜ ପତ୍ର ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବିଚାର ଲାଗି ଗଲା । ମୃତ ଲିଲି ଜିବୀତ ମାମଲା କୋର୍ଟରେ ବିଚାର ଚାଲିଲା । ଲିଲିର ଜମାନ ବନ୍ଦୀଠାରୁ ଆରମ୍ଭ କରି ଡ଼ିଏନଏ ପରୀକ୍ଷା ଆଦି ଆରମ୍ଭ ହେଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତକ୍ରାଳୀନ ମୋରଡ଼ା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କର ଚୈତନ୍ୟ ଉଦୟ ହେଲା । ନିଜର ଦାୟିତ୍ୱ ହୀନ କାର୍ଯ୍ୟକଳାପ ଉପରେ ପରଦା ପକାଇବା ଉଦେ୍ଧଶ୍ୟରେ ଲିଲି, ଶୁକଦବେ ଓ ସୁଦାମ ଉକ୍ତ ଗ୍ରାମର ଥାନାରେ ନିଖୋଜ ରହିଥିବାର ଅଭିଯୋଗ ନଥିବା ଯୁବତୀ  ମନ୍ଦା ଧୁଙ୍ଗିଆଙ୍କ ହତ୍ୟା ମାମଲାକୁ ଲଦି ଦିଆ ଗଲା । ସେହିପରି ଲିଲି ମୃତ ନୁହେଁ ଜିବୀତ ବୋଲି କୋର୍ଟରେ ଅଦ୍ୟାବଧି ପ୍ରମାଣିତ ହୋଇପାରି ନାହିଁ । ଲିଲିକୁ ବାରିପଦା ସର୍ଟଷ୍ଟେ ହୋମରେ ରଖାଯାଇ ଥିଲା । ନ୍ୟାୟ ପାଇବା ନିମନ୍ତେ ଲିଲି କୋର୍ଟଠାରୁ ଆରମ୍ଭ କରି ମାନବିକ ଅଧିକାର କମିଶନ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା । ଏହି ସମୟରେ କଥା ଯାଇ ପହଁଞ୍ଚିଲା ଏଚଆରପିସି, ଏଚଆରସି ଓ କ୍ରାଇମବେଞ୍ଚ ନିକଟରେ । ଏମାନେ ସମସ୍ତେ ମୃତ ଲିଲି ଜିବୀତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଓ ସେମାନଙ୍କର ରିପୋର୍ଟ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାଖଲ କରି ସାରିଛନ୍ତି । ଏଚଆରପିସିର ଡ଼ିଏସପି କେପି ପଟ୍ଟନାୟକ ମୋରଡ଼ାରେ ପହଁଞ୍ଚିି ତଦନ୍ତ ଆରମ୍ଭ କରିଥିଲେ । ଗ୍ରାମରକ୍ଷୀ ଦଶରଥ ହେମ୍ବ୍ରମ, ଲିଲି ନାଏକ, ଶୁକଦେବ ନାଏକ, ସୁଦାମ ସି, ଲିଲିର ବାପା ଭୂବନ ସି, କକା କାହ୍ନୁ ସି, ଶାଶୁ ପଦ୍ମିନୀ ନାଏକ, ଧଡ଼ାସାହି ସରପଞ୍ଚଞ୍ଚ ତିଲକା ହାଁସଦାଃ ସମେତ ସ୍ଥାନୀୟ ଜନସାଧାରଣଙ୍କୁ ତଦନ୍ତ ପରିସରକୁ ନେଇ ସେମାନଙ୍କଠାରୁ ମତାମତ ସଂଗ୍ରହ କରିବା ପରେ ମୃତ ଲିଲି ନାଏକ ଜିବୀତ ଉପରେ ତାଙ୍କର ତଦନ୍ତରେ ପୂର୍ଣ୍ଣଛେଦ ଟାଣି ଦେଇଛନ୍ତି । ସେ ବିଭାଗୀୟ ଅତିରିକ୍ତ ଡ଼ିଜିଙ୍କ ନିକଟରେ ତାଙ୍କର ତଦନ୍ତ ରିପୋର୍ଟ ଦାଖଲ କରି ସାରିଛନ୍ତି । ସେଥିରେ ମୋରଡ଼ା ଥାନା ତକ୍ରାଳୀନ ଓଆଇସି ରଶ୍ମୀରଞ୍ଜନ ଦାଶ ଜିବୀତ ଲିଲି ନାଏକକୁ ମୃତ ଦର୍ଶାଇ ଘଟଣା ଉପରେ ସଠିକ୍ ଭାବରେ ତଦନ୍ତ କରି ନ ଥିଲେ । ନିରୀହ ଲୋକଙ୍କୁ ଅଭିଯୁକ୍ତ ସଜାଇ ସେମାନଙ୍କ ଉପରେ ଥାଡର଼୍ଡ଼ିଗ୍ରୀ ପ୍ରୟୋଗ ସହିତ ନିଜ କ୍ଷମତାର ଅପବ୍ୟବହାର କରି ସେମାନଙ୍କୁ ଅଭିଯୁକ୍ତ ସଜାଇ ହତ୍ୟାଭଳି ସଂଙ୍ଗୀନ ମାମଲାରେ ଯୋଡ଼ି ଦେଇଥିଲେ ; ଯାହା ସେହି ନିରୀହ ଲୋକମାନଙ୍କର ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରି ଦେଇଛି । ଥାନାଅଧିକାରୀ ଶ୍ରୀଦାଶ ନିଜ ଇଚ୍ଛା ଅନୁସାରେ ନିଦେ୍ର୍ଧାଷକୁ ଦୋଷୀ କରାଇ ଦେଇଛନ୍ତି ଓ ପ୍ରକୃତ ଦୋଷୀକୁ ଘଣ୍ଟ ଘଉଡ଼ାଇ ଖସାଇ ଦେଇଥିବାର ସ୍ପଷ୍ଟ ହୋଇ ଯାଇଛି । ଜିବୀତକୁ ମୃତ ଦର୍ଶାଇ ସେମାନଙ୍କର ସମ୍ପର୍କୀୟଙ୍କୁ ନିର୍ଯ୍ୟାତନ ଦେଇ ଜେଲ ପଠାଇ ଦେଇଥିଲେ  । ମୋରଡ଼ା ଥାନା ଓଆଇସି ଶୀଦାଶ ବେତନଟୀ ଏସଡ଼ିପିଓ ଅନୀଲ ପାତ୍ରଙ୍କ ତତ୍ୱାବଧାନରେ ଏହି ମାମଲାରେ ତଦନ୍ତ କରି ନିରୀହ ନିଦେ୍ର୍ଧାଷ ଲୋକଙ୍କୁ ଗିରଫ କରି ଏସଡ଼ିଜେଏମ କୋର୍ଟରେ ହାଜର କରାଇଥିଲେ ଓ ୨୪/୦୫/୨୦୧୨ ତାରିଖରେ ଚାର୍ଯ ସିଟ ଦାଖଲ କରିଥିଲେ । ଏହି ମାମଲାରେ ସାଇଣ୍ଟିିଫିକ ଟିମର ସହାୟତା ନିଆ ଯାଇ ନ ଥିଲା କି ଡ଼ିଏନଏ ପରୀକ୍ଷା ମଧ୍ୟ କରା ଯାଇ ନଥିଲା । ତେଣୁ ମୃତ ଲିଲି ନାଏକ ଜିବୀତ ମାମଲାରେ ମୋରଡ଼ା ଥାନାର ତକ୍ରାଳୀନ ଓଆଇସି ରଶ୍ମୀରଞ୍ଜନ ଦାଶ ତାଙ୍କର କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାର ଏଚଆରପିସି ଡ଼ିଏସପି ଶ୍ରୀପଟ୍ଟନାୟକ ତାଙ୍କର ତଦନ୍ତରେ ଜାଣାପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ଆରମ୍ଭ ହେଲା ଏବଂ କୋର୍ଟରେ ଆତ୍ମ ସର୍ମପଣ ପରେ ତାଙ୍କୁ  ସଂଗେସଂଗେ ଜାମିନ ମଧ୍ୟ ମିଳି ଗଲା । ଶେଷରେ ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ୨୦୧୮ ମଇ ରେ ନ୍ୟାୟ ମିଳିପାରିଲା ଓ ମାମଲାରେ ଶାରିରୀକ, ମାନସିକ ଓ ଆର୍ଥିକ ଭାବେ କ୍ଷତି ଗ୍ରସ୍ତ ହୋଇଥିବା ଲିଲି, ଶୁକଦେବ ଓ ସୁଦାମ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେଢ଼ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବା ପରେ ୧୧/୦୫/୨୦୧୮ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭୂବନାନନ୍ଦ ଜେନା ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେଢ଼ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।


0
0
0
s2sdefault