ଗୋଟିଏ ନାଳ ଡେଇ 3 କିମି କାନ୍ଧରେ ବୋହି ଶବକୁ ଗାଁକୁ ଆଣିଲେ ଗ୍ରାମବାସୀ ।
ପଦ୍ମପୁର- ପଦ୍ମପୁର ବ୍ଲକ କନସିଂହା ପଞ୍ଚାୟତ ବଇଦପାଳି ଗ୍ରାମରେ ଦେଖା ହୋଇଛି ଏପରି ଏକ ଅଭାବନିୟ ଘଟଣା । ମୃତ ବ୍ୟକ୍ତି ବିହାରୀ ନେଟୀ (ବୟସ 55) ଶବ ଗାଁକୁ ଆଣିବା ପାଇଁ ଗୋଟିଏ ନାଳ ଓ 3 କିମି ଯାଇ ସେଠୁ କାନ୍ଧରେ ବୋହି ଗାଁକୁ ଆଣିଲେ ଗ୍ରାମବାସୀ । ଏହି ଗାଁର ଗୋଟିଏ ପଟେ ଝାଞ୍ଜ ପାହାଡ଼ ଏବଂ ଅନ୍ୟ ପଟେ ପାହାଡିଆ ନାଳ ବୋହି ଯାଇଛି । ଟିକିଏ ବର୍ଷା ହେଲେ ଗାଁକୁ କୋଣସି ଗାଡି ଯିବାଆସିବା କରି ପରେନାହିଁ । ଏହି ଗାଁର ବିହାରୀ ନେଟୀ କିଛିଦିନ ହେଲା ଜରରେ ପୀଡିତ ଥିଲେ , ତେଣୁ ସେ କାଲି ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସେ ସୁସ୍ଥ ନହେବାରୁ ତାଙ୍କୁ ବୁର୍ଲା ନିଆଯାଉଥିଲା, ନେଉଥିବା ସମୟରେ ସେ ରାସ୍ତାରେ ସେ ପ୍ରାଣ ହରିଥିଲେ । ସେଠୁ ତାଙ୍କର ଶବକୁ ଗାଁକୁ ଅଣାଯାଉଥିଲା । ତାଙ୍କ ଶବ ଗାଁକୁ ଫେରାଇବା ସମୟରେ ଏପରି ହଇରାଣ ହୋଇଛନ୍ତି ଗ୍ରାମବାସୀ , ଗାଡି ଗାଁକୁ ଆସିପାରି ନଥିବାରୁ ନିଜେ ୩ କିମି ବୋହିଆଣିଛନ୍ତି ଶବକୁ। ଏହି ଗାଁକୁ ସଂଯୋଗ କରୁଥିବା ପୋଲ ୭ ବର୍ଷ ହେଲା ବର୍ଷାରେ ଭାଙ୍ଗିଗଲାଣି ତେଣୁ ଏହି ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଶାସନ ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣୁନାହାନ୍ତି ।