ହେଡଲାଇନସ୍:

 ଯାଜପୁର ଜିଲ୍ଲା ଖରିଫ ଚାଷ ନିତୀ ନିର୍ଦ୍ଧାରଣ କମିଟି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

10-05-18-JAJ-AG.jpg - 67.43 kB

ଯାଜପୁର(ଜୟଶଙ୍କର ଦାଶ ) : କୃଷକ ମାନଙ୍କ ପାଇଁ ସରକାର ବିଭିନ୍ନ ସହାୟତା ବ୍ୟବସ୍ଥା ସହ ଡି.ବି.ଟି. ମାଧ୍ୟମରେ ସେମାନଙ୍କ ପାସ୍ ବୁକରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଚ୍ଥନ୍ତି । ଏ ସଂପର୍କରେ ସେମାନଙ୍କୁ ବ୍ୟାପକ ସଚେତନ କରାଇ ନାମ ପଞ୍ଜିକୃତ ସହ ଆଧାର ସଂଯୁକ୍ତ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ କୃଷି ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କୃଷି ବିଭାଗ ପକ୍ଷରୁ ୨୦୧୮ ଖରିପଂ ଚାଷ ନିତୀ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଖରିପଂ ଚାଷର ବିଭିନ୍ନ ବ୍ୟବସ୍ଥା, ଚାଷୀ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଓ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ସମୀକ୍ଷା କରିଥିଲେ ।  ଉନ୍ନତ ଚାଷ ପ୍ରଣାଳୀ ଓ ବିହନ ବ୍ୟବହାର, ଜୈବିକ ସାର  ପ୍ରୟୋଗ, ମାଟି ପରୀକ୍ଷା, ଇତ୍ୟାଦି ସଂପର୍କରେ ବିସ୍ତୃତ ସମୀକ୍ଷା କରି ଏହାର ସୁବିଧା ଯେଭଳି ଚାଷୀ ମାନଙ୍କ ପାଖରେ ପହଂଚେ ତାହାର ବ୍ୟବସ୍ଥା କରିବା ସହ ଜିଲ୍ଳ୍ାରେ  ବର୍ତ୍ତମାନ ସୁଦ୍ଧା ୮୮୨୮୦  ଚାଷୀ ପଞ୍ଜିକୃତ ହୋଇଚ୍ଥନ୍ତି,  ତେବେ ଏହାକୁ ବୃଦ୍ଧି କରି ଧାର୍ଯ୍ୟଲକ୍ଷ୍ୟ ୧ ଲକ୍ଷ ୨୦ ହଜାରର ସପଂଳତା ହାସଲ ପାଇଁ  ସେ ନିର୍ଦ୍ଦେଶ  ଦେଇଥିଲେ । ରବି ଋତୁରେ ୧୫୪୩ ଚାଷୀଙ୍କର ୧୩୯୭.୧ ହେକ୍ଟର ଜମି ବୀମା ଭୁକ୍ତ ହୋଇଥିଲା । ସେମାନଙ୍କୁ ୩୩୯୪୧୯ ଟଂକା ପ୍ରଦାନ କରାଯାଇଥିଲା ।  ଜିଲାର ମୋଟ ୨୮୯୯୦୦ ହେକ୍ଟର ଅଂଚଳ ମଧ୍ୟରୁ ୧୪୫୪୫୦ ଚାଷ ଜମି ଅଟେ । ଏଥିରୁ ପ୍ରାୟ ୧୧୭୦୦୦ ହେକ୍ଟର ଜମିରେ ଧାନଚାଷ ହୋଇଥିାଏ । ତନ୍ମଧ୍ୟରେ ଖରିଫ ଋତୁରେ ୬୮୭୪୯ ଓ ରବି ଋତୁରେ ୩୮୯୩୬ ହେକ୍ଟର ଜମି ଜଳ ସେଚନର ସୁବିଧା ଅଛି । ୨୦୧୭-୧୮ ବର୍ଷରେ ହେକ୍ଟର ପ୍ରତି ୪୦.୬୮କୁଇଂଟାଲ ଧାନ ଅମଳ ହୋଇଛି ଯାହାକି ପୁର୍ବବର୍ଷ ତୁଳନାରେ ସର୍ବାଧିକ । ଏହି ସମୟରେ ହେକ୍ଟର ପ୍ରତି ୭୫.୭୧କିଗ୍ରା ସାର ବ୍ୟବହାହ ହୋଇଛି । ୨୦୧୭-୧୮ ରବି ଋତୁରେ ୧୨୧୦୦୦ ହେକ୍ଟର ଚାଷ ଜମିରେ ବିଭିନ୍ନ ପଂସଲର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଶତକଡା ୮୮.୫୮ ହାରରେ  ୧୦୭୧୮୧ ହେକ୍ଟର ଜମିରେ ଚାଷ କରାଯାଇଥିଲା । ସେଥିରେ ୨୮୫୪ ହେକ୍ଟରରେ ଧାନ, ଗହମ ଇତ୍ୟାଦି ଶସ୍ୟ ଜାତୀୟ, ୫୦୦୭୩ ହେକ୍ଟରରେ ଡାଲି ଜାତୀୟ, ୩୦୮୪୧ ହେକ୍ଟରରେ ତୈଳଜାତୀୟ, ୧୮୦୬୩ ହେକ୍ଟରରେ ପନିପରିବା ଜାତୀୟ , ୩୬୭୦ ହେକ୍ଟରରେ ମସଲା ଜାତୀୟ ଓ ୧୬୮୦ ହେକ୍ଟରରେ ଆଖୁଚାଷ କରାଯାଇଥିଲା । ୧୦୫୫୦ ଟି ମାଟି ସ୍ୱାସ୍ଥ୍ୟ ପରୀକ୍ଷାର ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରାଯାଇଥିଲା ।   ଚାଷୀ ମାନଙ୍କୁ ୧ ହଜାର ପ୍ୟାକେଟ୍ ଲେଖାଏଁ ଶୋରିଷ ଓ ବିରି, ୧୭୫୦ ପ୍ୟାକେଟ୍ ବାଦାମ ଓ ୩ ହଜାର ମିନିକିଟ୍ ପ୍ୟାକେଟ ମୁଗ ପ୍ରଦାନ କରାଯାଇଥିଲ । ନଗଡାର ୩ ଗୋଟି ଗ୍ରାମର ୧୦ ଏକର ପରିମିତି ଅଂଚଳରେ ଶୋରିଷ ଚାଷ କରାଯାଇଥିଲା । ଜିଲ୍ଲାର ୩୭୯୮୩ ହେକ୍ଟର ଅଂଚଳକୁ ବିଭିନ୍ନ ଜଳ ଉତ୍ସ  ମାଧ୍ୟମରେ ଜଳ ଯୋଗାଣ କରାଯାଇଥିଲା ।   ଜିଲ୍ଲାର କୃଷକ ମାନେ ହେକ୍ଟର ପ୍ରତି ୫୭ କି:ଗ୍ରା: ସାର ବ୍ୟବହାର କରାଯାଇଚ୍ଥି । ଚଳିତ ଖରିଫରେ ୧୪୨୭୫୦ ହେକ୍ଟରରେ ଚାଷର ଲକ୍ଷ୍ୟ ରଖାଯାଇଛି । ସେଥିରେ ଶସ୍ୟ ଜାତୀୟ ୧୧୩୦୦୦ ହେକ୍ଟର , ଡାଲି ଜାତୀୟ ୩୫୦୦ ହେକ୍ଟର, ତୈଳଜାତୀୟ ୧୨୦୦ ହେକ୍ଟର , ତନ୍ତୁ ଜାତୀୟ ୧୧୦୦ ହେକ୍ଟର, ପନିପରିବା ଜାତୀୟ ୨୦୬୭୦ ହେକ୍ଟର , ମସଲା ଜାତୀୟ ୧୬୦୦ ହେକ୍ଟର ଓ ଆଖୁ ୧୬୮୦ ହେକ୍ଟରରେ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଭଳି ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କାର୍ଡ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯିବ ।  ଚଳିତ ବର୍ଷ ୮୨୦୩୯.୧୧ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଛି ।  ୨୦୧୭ ଖରିପଂରେ ବିଭିନ୍ନ ପ୍ରକାର ୩୦୧୭୩ ମେଟ୍ରିକ ଟନ୍ ସାର ବ୍ୟବହାର ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ୩୨୦୮୦ ମେଟ୍ରିକ ଟନ୍ର ଲକ୍ଷ୍ୟ ରଖାଯାଇଚ୍ଥି ।  ଗତ ବର୍ଷ ଏହା ହେକ୍ଟର ପ୍ରତି ୧୧୧.୨ କି:ଗ୍ରା: ଥିବାବେଳେ ଚଳିତ ବର୍ଷ ୧୫୫ କି:ଗ୍ରା: ର ଲକ୍ଷ୍ୟ ରଖାଯାଇଚ୍ଥି । ବୈଠକ ପ୍ରାରମ୍ଭରେ କୃଷି ଉପନିର୍ଦ୍ଦେଶକ ବିଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ  ସ୍ୱାଗତ  କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,  ଯାଜପୁର ଜିଲ୍ଲା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ, ପି.ପି.ଓ ଶ୍ରୀଧର ଦାସ,  ଉଦ୍ୟାନ, ମୃତିକା ସଂରକ୍ଷଣ, ଜଳ ସଂପଦ ବିଭାଗର ଅଧିକାରୀ, ସମବାୟ ସମିତିର  ସହକାରୀ  ନିବନ୍ଧକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ । 

 

0
0
0
s2sdefault