ହେଡଲାଇନସ୍:

ପାରଳାରେ  “୧୮୨ ତମ ବିଶ୍ୱ ଫୋଟଗ୍ରାଫି” ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /।ବାଳକୃଷ୍ଣ ପାଣିଗ୍ରାହୀ :  ଅନ୍ତର୍ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ବିଶିଷ୍ଠ ଫଟୋଗ୍ରାଫର  ଡ଼ାଗୁଏରଙ୍କ ୧୮୨ ତମ  ଜନ୍ମବାର୍ଷିକୀ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ଠାରେ ଫଟୋଗ୍ରାଫର ସଂଘ ପକ୍ଷରୁ “୧୮୨ ତମ ବିଶ୍ୱ ଫୋଟଗ୍ରାଫି” ଦିବସ ପାଳିତ ହୋଇଯାଇଛି । 

ପାରଳାଖେମୁଣ୍ଡି ସହରର ରାଜଦାଣ୍ଡ ସାହି ଠାରେ ଥିବା ଏକ ଫଟୋ ଷ୍ଟୁଡିଓରେ ଏହି ଫଟୋଗ୍ରାଫି ଦିବସ କୋଭିଡ୍‌-୧୯ ନିୟମ ପ୍ରକାରେ  ଉପସ୍ଥିତ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରାଯାଇ ଅଳ୍ପ କିଛି ସଦସ୍ୟଙ୍କ ମଧ୍ୟରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ବିଶିଷ୍ଠ ଫଟୋଗ୍ରାଫର ଡ଼ାଗୁଏରଙ୍କ ଫଟୋ-ଚିତ୍ର ଉପରେ ପୁଷ୍ପ ମାଲ୍ୟ ପ୍ରଦାନ କରା ଯାଇଥିଲା । ତାହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମେଡିକାଲ ରାସ୍ତାରେ ଥିବା କୁଷ୍ଠାଶ୍ରମ ଠାରେ , ସେଠାକାର ସମସ୍ତ ଅନ୍ତେବାସୀ ମାନଙ୍କୁ ଫଟୋଗ୍ରାଫର ସଂଘ ପକ୍ଷରୁ ବିଭିନ୍ନ ପ୍ରକାରର ଫଳ ଓ ଖାଦ୍ୟପୁଡା ବଣ୍ଟନ କରାଯାଇଥିଲା । 

ଏହି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ  ଫୋଟଗ୍ରାଫି ସଂଘର ସଭାପତି ବିଶ୍ୱନାଥ ମିଶ୍ର , ଉପ-ସଭାପତି ଆମର , ଶ୍ରୀନିବାସ ରେଡ୍ଡି , ଜି.ଦିଲ୍ଲେଶ୍ୱର ରାଓ , ପି.ଶିବା , ଜଗଦୀଶ ମିଶ୍ର , ଅମରେନ୍ଦ୍ର , ଦିଲ୍ଲୀ , ଶ୍ୟାମ ଓ ଶିବାଙ୍କ ସମେତ ସଂଘର ବହୁ ସଦସ୍ୟ ତଥା ଫଟୋଗ୍ରାଫର ମାନେ  ଯୋଗ ଦେଇ  କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

0
0
0
s2sdefault