ହେଡଲାଇନସ୍:

ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ ଟି ଗେଟ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩  ଫୁଟ ରହିଥିବାବେଳେ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୫ ହଜାର ୫୭0 କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨ ଲକ୍ଷ ୨୯ ହଜାର ୭୬୫ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି । ୧୮ ଟି ଗେଟ ଖୋଲିବା ପରେ ଖଇରମାଲରେ ୪ ଲକ୍ଷ ୨୪ ହଜାର, ବରମୂଳ ଠାରେ ୪ ଲକ୍ଷ ୬୮ ହଜାର, ଓ ମୁଣ୍ଡଳୀ ନିକଟରେ ୩ ଲକ୍ଷ ୨୬ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

0
0
0
s2sdefault