ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ୭୪ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମନମୋହନ ସ୍କୁଲ ପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସରୋଜ କୁମାର ସାମଲ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୁଲିସ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ବର୍ଷ କୋଭିଡ କଟକଣା ପରିପ୍ରେକ୍ଷୀରେ ରିଜର୍ଭ ପୁଲିସ ଏବଂ ଓ ଏସ ଏ ପି ୨ୟ ବାଟାଲିଅନର ପୁଲିସ ବାହିନୀ ସମେତ ପୁଲିସ ବ୍ୟାଣ୍ଡ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କୁ ସାଲ୍ୟୁଟ ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ କୋଭିଡ ଯୋଦ୍ଧା, ଆମନ୍ତ୍ରିତ ଭଦ୍ର ବ୍ୟକ୍ତି , ଭଦ୍ର ମହିଳା ଓ ଅଧିକାରୀମାନଙ୍କୁ ଉଦବୋଧନ ଦେଇଥିଲେ । ଦେଶ ସ୍ବାଧୀନତା ପାଇଁ ଆତ୍ମବଳି ଦାନ ଦେଇଥିବା ମହାମନିଷିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହାମନିଷିମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଓ ଦେଶ ପ୍ରଗତିରେ ସମସ୍ତେ ନିଷ୍ଠା , ଆନ୍ତରିକତାର ସହ ଉଦ୍ୟମ କରିବାକୁ ସଂକଳ୍ପବଦ୍ଧ ହେବା ପାଇଁ ଜିଲ୍ଲାପାଳ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ୬୬ଜଣ କୋଭିଡ ଯୋଦ୍ଧା ଡାକ୍ତର , ଷ୍ଟାଫ ନର୍ସ ,ଏ ଏନ ଏମ , ଆଶା କର୍ମୀ , ସଫେଇ କର୍ମଚାରୀ , ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ବିଭାଗୀୟ ଅଧିକାରୀ,ସରପଞ୍ଚ ଓ ପ୍ଲାଜମା ପ୍ରଦାନକାରୀ ବ୍ୟକ୍ତିମାନଙ୍କୁ ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥିଙ୍କ ସହ ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଓ ଏସ ଏ ପି କମାଣ୍ଡାଣ୍ଟ ମନୋଜ କୁମାର ପୁରୋହିତ , ଆଲୋମଣି ସେଠୀ ( PD , R & R) ଡେପୁଟି କଲେକ୍ଟର ଗୀତିକା ନାଏକ , ଯୋଗେନ୍ଦ୍ର ମାଝୀ , ତହସିଲଦାର ଦିଲ୍ଲୀପ ପ୍ରଧାନ , ଗୋଲକ ବିହାରୀ ମଙ୍ଗରାଜ , ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ , ଆଇ ଆଇ ସି ସାବିତ୍ରୀ ବଳ, ଡି ସି ପି ଓ ସୁନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବରିଷ୍ଠ ନାଗରିକ ବାଳଗୋବିନ୍ଦ ମିଶ୍ର, ଚ୍ୟାମ୍ବର ଅଫ କମର୍ସ ସଭାପତି , ଜି ପି ଗୋପାଳ କୃଷ୍ଣ ପଟ୍ଟନାୟକ , ପି ପି ପ୍ରକାଶ ମହାନ୍ତି , ରଘୁନନ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।ରିଜର୍ଭ ଇନ୍ସପେକ୍ଟର ନୀଳମାଧଵ ସ୍ୱାଇଁ ପୁଲିସ ବାହିନୀର ନେତୃତ୍ୱ ନେଇଥିଲେ । ଲାୟନ୍ସ କ୍ଲବ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ମାନବ ସେବା ସଂଘ ପକ୍ଷରୁ ଉପ କାରାଗାର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
ରାଜ୍ୟ
ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ।
- Hits: 296