ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଅଂଚଳରେ କୋଭିଡ ନିୟମ ସବୁକୁ ଆଖି ଆଗରେ ରଖି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସ୍ୱାଧିନତା ଦିବସ ସନିବାର ସକାଳେ ମହାସମାରୋହରେ ପାଳିତ ହୋଇଯାଇଛି । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ, ଜୁନିଅର ମହାବିଦ୍ୟାଳୟରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ପୋଲିସ ଷ୍ଟେସନରେ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଚାୟତ, ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରେ ସହ ଶାଖାପରିଚାଲକ ମମତା ଭୋଇ, ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସୁନିତା ବରିହା, କୃଷି ସମବାୟ ସମିତିରେ ବୋଡ ସଭାପତୀ ଚକ୍ର ସାହୁ, ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟରେ ଆରଆଇ ଟିକେଶ୍ୱର ମଲିକ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମଓ ଆଦିତ୍ୟ ଭୋଇ, ଦିପ୍ତପୁର ଷ୍ଟେଟ ବ୍ୟାଙ୍କରେ ଶାଖାପରିଚାଳକ କୁମୁଦ ମିଶ୍ର, କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟରେ ଭାରପ୍ରାପ୍ତ ରେଂଜର ପାହାଲ ବେହେରା ପ୍ରମୁଖ ପତାକା ଉତୋଳନ କରିଥିଲେ । ସେହିପରି ଘେଁସ ବନ କାର୍ଯ୍ୟାଳୟରେ ରେଂଜର ଗଜେନ୍ଦ୍ର ଏଣ୍ଡଜା, ପଂଚାୟତ କାର୍ଯ୍ୟାଳୟରେ ସରପଂଚ ରାଜମାତା ମମତା ସିଂ ବରିହା, ଗୋପବନ୍ଧୁ କୃଷି ସମବାୟ ସମିତିରେ ବୋଡ ସଭାପତୀ କ୍ଷିରୋଦ୍ର ସାହୁ ପ୍ରମୁଖ ପତାକା ଉତୋଳନ କରିଥିଲେ । ସେହିପରି ବାଟତେର୍ମାସ୍ଥିତ ମା ମାଉଳି ଯୁବଙ୍କ ସଂଘ ଦ୍ୱାରା ଅନୁଷ୍ଠିତ ସ୍ୱାଧିନତା ଦିବସ ପାଳନ ଅବସରରେ ସଂଘର ସଭାପତୀ ସୁନିଲ ମେହେର ପତାକା ଉତୋଲନ କରିଥିବା ବେଳେ ଜିଲାନ, ମୁନା, ଦିପକ, ମଲୟ, ରମେଶ, ଦିବ୍ୟ, ଅକ୍ଷୟ, ଶୁଭମ, ଅଜିତ, ଚିତ ପ୍ରମୁଖ ସହଯୋଗ କରିଥିଲେ ।








