ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲାରେ ୭୪ ତମ ସ୍ଵାଧୀନତା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ବ ପୋଲିସ ପଡ଼ିଆରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି |  ମୁଖ୍ୟ ଅତିଥି ରୂପେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ l ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ  ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ପୋଲିସ ଅଧିକ୍ଷକ ସୁଶ୍ରୀ ସାଗରିକା ନାଥ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତ ଥିଲେ l କରୋନା କଟକଣା କୁ ଦୃଷ୍ଟି ରେ ରଖି କେବଳ କେତେକ ଅଧିକାରୀ ଓ ନିମଂତ୍ରିତ ଅତିଥି ଉପସ୍ଥିତ ରହିଥିଲେ l

ଚଳିତ ବର୍ଷ ଜନସାଧାରଣଙ୍କୁ ସାମିଲ ହେବାପାଇଁ ଆମନ୍ତ୍ରିତ କରାଯାଇନଥିଲା । ଠିକ ଜାତୀୟ ପତାକା ଉତ୍ତୋଳନ ସମୟରେ ପ୍ରବଳ ବର୍ଷା ହେବା ସତ୍ତ୍ୱେ ସ୍ୱାଧୀନତା ଦିବସ ପାଳନର ଉତ୍ସାହ ରେ କିଛି ଊଣା ହୋଇ ନ ଥିଲା । ଜାତୀୟ ପତାକାର ସଲାମୀ ପାଇଁ ସେଠାରେ ଉପସ୍ଥିତ ସଶସ୍ତ୍ର ପୋଲିସ ବାହିନୀ ର ଯୋଦ୍ଧାମାନେ ପ୍ରବଳ ବର୍ଷାକୁ ତିଳେ ମାତ୍ର ଭୃକ୍ଷେପ ନକରି ନିଜ ସ୍ଥାନ ରେ ଦୃଢ଼ତା ର ସହିତ ଛିଡା ହୋଇ ରହିଥିଲେ, ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା |

0
0
0
s2sdefault