ହେଡଲାଇନସ୍:

ଦେଶାତ୍ମବୋଧକ କବି ସମ୍ମିଳନୀ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା (ରମାକାନ୍ତ ବିଶ୍ବାଳ ):  କୁଚିଣ୍ଡା ସ୍ଥିତ  ଆଦିବାସୀ ଭବନ ପରିସରରେ ମାସ୍କ ବ୍ୟବହାର କରି ତଥା ସମାଜିକ ଦୂରତ୍ୱ ରକ୍ଷାକରି  ସୁସାହିତ୍ୟିକ ତଥା ସମାଜସେବୀ ସୁବାଷ୍ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ଓ ଆଡଭୋକେଟ ହୃଦାନନ୍ଦ ଶର୍ମା ଙ୍କ ପରିଚାଳନା ରେ ସମ୍ବାଦ ସାହିତ୍ୟ ଘର କବିତା ଆସର ଅବସରରେ ଦେଶାତ୍ମବୋଧକ କ୍ରାନ୍ତି ମୂଳକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା ଡାକ୍ତରଖାନା ର ମେଡିକାଲ ଅଫିସର ଡଃ ଶ୍ରୀମତୀ ଜୋସ୍ନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କରୋନା ଭାଇରସ୍ ରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ଓ ସାମାଜିକ ଦୂରତ୍ୱ ରକ୍ଷାକରିବା ପାଇଁ ଅନୁରୋଧ କରିଥିଲେ l ପଶ୍ଚିମ ଓଡିଶାର ଜଣେ ଶିକ୍ଷାବିତ୍, ସମାଜସେବୀ ଓ ସୁସାହିତ୍ୟିକ ବହୁ ଅନୁଷ୍ଠାନ ଗଠନ କରି ସାମାଜିକ କ୍ରାନ୍ତି ଆଣି ଥିବାରୁ ସୁବାଷ୍ ନାୟକ ଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ଦାବି ପ୍ରସ୍ତାବ ଗୃହିତ ହୋଇଥିଲା l ଏହାପରେ ସର୍ବଶ୍ରୀ ରଶ୍ମି ସାମଲ, ବିଜୁ ସାହୁ, ଶ୍ରୀମତୀ କଲ୍ୟାଣୀ ପଟେଲ, ଅସୀମ ପଟେଲ, ବସନ୍ତ ଚୌଧୁରୀ, ପଙ୍କଜିନୀ ନାୟକ, ରମେଶ ମାଝୀ, ନିଶିକାନ୍ତ ଶୁନାନୀ ପ୍ରମୁଖ ସ୍ଵରଚିତ କବିତା ଆବୃତ୍ତି କରିଥିଲେ l ପୂର୍ବରୁ ମହାତ୍ମା ଗାନ୍ଧୀ, ବିର୍ସା ମୁଣ୍ଡା ଓ ଗଙ୍ଗାଧର ମେହେର ଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅଗଷ୍ଟ କ୍ରାନ୍ତି ରେ ସହିଦ୍ ହୋଇଥିବା ସ୍ଵାଧୀନତା ସଂଗ୍ରାମୀ ଙ୍କ ପାଇଁ ୨  ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l କରୋନା ଭାଇରସ୍ ରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରିବା, ସାନିଟାଇଜର ଓ ସାମାଜିକ ଦୂରତ୍ୱ ରକ୍ଷାକରିବା ସେ ଦିଗରେ ସଚେତନ ବାର୍ତ୍ତା ଦିଆଯାଇଥିଲା l ଶେଷରେ ବିଜୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

           

0
0
0
s2sdefault