ହେଡଲାଇନସ୍:

ଗଣେଶ ପୂଜା ଓ ନୂଆଁଖାଇରେ ହେବନାହିଁ ସଟଡାଉନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର :- ପଶ୍ଚିମ ଓଡ଼ିଶାର ମହାନ ଓ ସବୁଠାରୁ ବଡ ପର୍ବ ନୂଆଁଖାଇ । ଏହି ପର୍ବରେ ଚଳଚଂଚଳ ହୋଇପାସିଥାଏ ସମଗ୍ର ପଶ୍ଚିମ ଓଡିଶା । ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ଏହି ସମୟରେ ନିଜ ଘର ଓ ଗାଁରେ ଏକତ୍ରିତ ହେଇ ନୁଆଁ ଖାଇଥାନ୍ତି ଓ ନୁଆଁ ଖାଇ ସାରିବା ପରେ ଗୁରୁଜନ ମାନଙ୍କର ଆଶୀର୍ବାଦ ନେଇଥାନ୍ତି । ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଜାଗଜମକ ରେ ପାଳିତ ହେଉଥିବା ଏହି ପର୍ବ ଚଳିତ ବର୍ଷ କୋରୋନା ମହାମରୀ ତଥା  କଟକଣା ପାଇଁ ଫିକା ପଡିଯିବାର ଅନୁମାନ କରାଯାଉଥିବା ବେଳେ ସମ୍ୱଲପୁର ଜିଲ୍ଲାପାଳ ଆଜି ଗଣେଶ ପୂଜା ଓ ନୂଆଖାଇ ଦିନକୁ ସଟଡାଉନ କରାଯିବ ନାହିଁ ବୋଲି ଘୋଷଣା କରିବା ସମ୍ବଲପୁର ବାସୀଙ୍କୁ କିଛିଟା ଅସ୍ବସ୍ତି ପ୍ରଦାନ କରିଛି । 22 ଓ 23 ପରିବର୍ତେ 24 ଓ 25 ତାରିଖ କୁ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ ସୂଚନ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଲୋକଙ୍କର ଭାବନାକୁ ସମ୍ମାନ ଜଣାଇ ଏହି ଘୋଷଣା କରିଥିବାରୁ ବିଭିନ୍ନ ମହଲରୁ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

0
0
0
s2sdefault