ହେଡଲାଇନସ୍:

ସୌମ୍ୟରଞ୍ଜନଙ୍କୁ କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର 

ଭୁବନେଶ୍ୱର ( ଶାସକ ପ୍ରଶାସକ) : ବିଜୁ ଜନତା ଦଳ ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନଙ୍କୁ କରୋନା | ସେ ଆଜି ଏ ବିଷୟ ନିଜେ ଟୁଇଟ କରି ଜଣାଇଛନ୍ତି | ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ପରୀକ୍ଷା କରାଇ ନେବା ପାଇଁ ଅନୁରୋଧ କରଛନ୍ତି | ସେ ଏକ ଟୁଇଟରେ କହିଛନ୍ତି "  ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି ।" 

ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ଟୁଇଟରେ କହିଛନ୍ତି ଯେ  "ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ କରୋନା ପଜିଟିଭ୍ ହୋଇଥିବା ଜାଣିବାକୁ ପାଇଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।" 

0
0
0
s2sdefault