ହେଡଲାଇନସ୍:

ଦିଆଗଲା ୭ ବର୍ଷ ପାଇଁ ଧର୍ମପଦ ପୁରସ୍କାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଥିବା ପ୍ରତିଭାସମ୍ପନ୍ନ ୭ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି |  ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟ ଲଳିତକଳା ତରଫରୁ  ଧର୍ମପଦ ପୁରସ୍କାର ବିଜେତା ୭ ଜଣ ବରିଷ୍ଠ ଚିତ୍ରଶିଳ୍ପୀଙ୍କ ଘରକୁ ଯାଇ ପୁରସ୍କାର ପ୍ରଦାନ କରିଛନ୍ତି । ଚିତ୍ରଶିଳ୍ପୀ ଯତୀନ ଦାସ ଏବେ ଦିଲ୍ଲୀରେ ରହିଥିବା ହେତୁ ତାଙ୍କୁ ମନ୍ତ୍ରୀ ପରେ ଭେଟି ତାଙ୍କର ପୁରସ୍କାର ପ୍ରଦାନ କରିବେ ।

 ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଥିବା ପ୍ରତିଭାସମ୍ପନ୍ନ ୭ ଶିଳ୍ପୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ଚାରୁ କଳା କ୍ଷେତ୍ରରେ ଏହି ବିଶିଷ୍ଟ ଶିଳ୍ପୀଙ୍କ ଅବଦାନ ଆମମାନଙ୍କ ପାଇଁ ସଦାସର୍ବଦା ସ୍ମରଣୀୟ ହୋଇରହିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି | 

0
0
0
s2sdefault