ହେଡଲାଇନସ୍:

ସ୍ତନ୍ୟପାନ ଶିଶୁର ବଂଚିରହିବା ଏବଂ ଶିଶୁ ସ୍ୱାସ୍ଥ୍ୟର ମୁଳଦୁଆ କାରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୦ ପାଳିତ

ଭୁବନେଶ୍ୱର/ସମ୍ବଲପୁର : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ କଂପାନିର ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ୟୁନିଟ୍ ପକ୍ଷରୁ ସ୍ତନ୍ୟପାନର ଲାଭ ଓ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ନିକଟରେ ରେଙ୍ଗାଲି ବ୍ଲକ୍ର ତିନିଟି ଗ୍ରାମ ପଂଚାୟତ (ଜାଙ୍ଗଲା, ବୋମୋଲୋଇ ଓ ଘିଛମୋରା)ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି । ଏହାର ସିଏସ୍ଆର୍ ଅଭିଯାନର ଅଂଶ ସ୍ୱରୂପ, କଂପାନି ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ଉଭୟ ଶିଶୁ ଓ ମାତା ପାଇଁ ସ୍ତନ୍ୟପାନ ଲାଭର ଗୁରୁତ୍ୱ ଓ ପୁଷ୍ଟିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ସଚେତନତା ଅଧିବେଶନ ଦୋହରାଇଛି ।

ସ୍ତନ୍ୟପାନ ଶିଶୁର ବଂଚିରହିବା ଏବଂ ଶିଶୁ ସ୍ୱାସ୍ଥ୍ୟର ମୁଳଦୁଆ କାରଣ ଏହା ଶିଶୁର ଅଭିବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ଏବଂ ଅନ୍ୟ କୌଣସି ବିକଳ୍ପ ନଥିବା ପୁଷ୍ଟି ପ୍ରଦାନ କରିଥାଏ । ଏହା ଶିଶୁ ପାଇଁ ପ୍ରଥମ ଟିକା ଭାବେ କାର୍ଯ୍ୟ କରେ-ନିଶ୍ୱାସ ପ୍ରଶ୍ୱାସ ଜନିତ ସଂକ୍ରମଣ, ଝାଡ଼ାବାନ୍ତି ରୋଗ ଏବଂ ଅନ୍ୟାନ୍ୟ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଶିଶୁକୁ ସୁରକ୍ଷା ଦିଏ । ସ୍ତନ୍ୟପାନ ଜୀବନର ପରବର୍ତୀ ପର୍ଯ୍ୟୟରେ ମେଦବହୁଳତା ଓ ଅଣ-ସଂକ୍ରମଣ ରୋଗର ପ୍ରଭାବରୁ ମଧ୍ୟ ସୁରକ୍ଷା ଦିଏ । ଗର୍ଭବଦୀ ମହିଳା ଏବଂ ସ୍ତନ୍ୟପାନ କରଉଥିବା ମହିଳାଙ୍କ ପାଇଁ ସ୍ତନ୍ୟପାନର ଲାଭ ସମ୍ପର୍କରେ ଏକ ଭିଡିଓ ଚଲାଇ ସଚେତନତା ସୃଷ୍ଟି କରାଯାଇଥିଲା । ସ୍ତନରୁ କ୍ଷରଣ ହେଉଥିବା ଦୁଗ୍ଧରେ ଶିଶୁଙ୍କ ପାଇଁ ସଠିକ୍ ମାତ୍ରାର ପୋଷଣ ରହିଥିବା ଉପରେ ବକ୍ତମାନେ ଗୁରୁତ୍ୱାରୋପ କରିଥିଲେ । ଭୂତାଣୁ ଓ ଜୀବାଣୁ ବିରୋଧରେ ଲଢେ଼ଇ ପାଇଁ ସ୍ତନର ଦୁଗ୍ଧ ଆଂଟିବଡି ପ୍ରଦାନ କରେ । ଏହା ରୋଗର ବିପଦକୁ ହ୍ରାସ କରେ ଏବଂ ଏକ ସୁସ୍ଥକର ଓଜନ ବୃଦ୍ଧି କରିଥାଏ ଓ ଶିଶୁକୁ ମେଦବହୁତଳାରୁ ସୁରକ୍ଷା ଦିଏ, ସ୍ତନ କର୍କଟର ଆଶଙ୍କା ଦୂର କରେ, ଗର୍ଭାବସ୍ଥ ଅଟକାଇବାରେ ସହାୟକ ହୋଇଥାଏ ଏବଂ ଆହୁରି ବହୁତ କିଛି ଲାଭ ପ୍ରଦାନ କରେ । ସୁରକ୍ଷିତ ମାତୃତ୍ୱ ହାସଲ କରିବାରେ ସରକାରୀ ସ୍କିମ୍ ଯଥା ମମତା ଏବଂ ଜନନୀ ସୁରକ୍ଷା ଯୋଜନା କିଭଳି ସହାୟକ ହେଉଛି ଓ ଏହି ସ୍କିମ୍ଗୁଡ଼ିକର ଲାଭ ପହଂଚାଇବା ଓ ସଚେତନତା ସୃଷ୍ଟି କରିବାରେ  ଆଶା, ଏଏନ୍ଏମ୍ ଓ ଏଡବ୍ଲୁଡବ୍ଲୁମାନେ ନିର୍ବାହ କରୁଥିବା ଭୂମିକା ଉପରେ ଆୟୋଜନ କରାଯାଇଥିବା ଆଲୋଚନାରେ ମହିଳାମାନେ ଅଂଶଗ୍ରହଣ କରିଥିଲେ ।

ଏହି ତିନି ଦିନିଆ କାର୍ଯ୍ୟକ୍ରମର ରିସୋର୍ସ ପର୍ସନମାନେ ହେଉଛନ୍ତି ଭୁର୍ଷିପାଲିର ଅଙ୍ଗନବାଡ଼ି ଦିଦି ସୁନନ୍ଦା କାଲୋ, ଚାନ୍ଦମାଳର ବିଜଲି ଭୋଇ, ଆରଆର ପାଣ୍ଡୋଲୋଇର ସ୍ୱପ୍ନା ବେସନ, ଘିଛାମୋରାର ଜ୍ୟୋସ୍ନାରାଣୀ ବିଜାର, ଗୌରଡିହର ସଞ୍ଜୁଲତା ନାର୍ଗିଆ, ଝାକରପଡ଼ାର ପୁଷ୍କାଞ୍ଜଳି, ବୋମୋଲୋଇର ମଞ୍ଜରୀ ପ୍ରଧାନ, ଫୁଲଚାଙ୍ଗରିର ଟିକେଶ୍ୱର କିସାନ, ବୋମୋଲୋଇ ବିର ଗୀତା ଛତ୍ରିୟା ଓ ଜାଙ୍ଗଲାର ଆଶା ଦିନି ପ୍ରମିଳା ମେହେର, ଗଚ୍ଛିମୋରାର ବୁଦୁନି କିସାନ, ବୋମୋଲୋଇର ମୁକ୍ତା ମେହେର, ମାଲିଆଟିକରାର ପ୍ରେମା କିସାନ ଓ ଆଦିତ୍ୟ ଆଲୁମିନିୟମର ଡକ୍ଟର ଦେବସ୍ମିତା । ଅତିଥି ଭାବେ ଯୋଗ ଦେଇଥିଲେ ଗଚ୍ଛିମୋରାର ସମିତି ସଭ୍ୟ ଓ ରେଙ୍ଗାଲି ବ୍ଲକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ୍, ଗଚ୍ଛିମୋରାର ସରପଂଚ ଶ୍ରୀମତୀ ଅନ୍ନପୂର୍ଣ୍ଣା ସାହୁ, ନାଏବ ସରପଂଚ ଶେଖର କିସାନ, ମତ ସୃଷ୍ଟିକାରୀ ଲଲିତ କୁମାର ସାହୁ, ଗଚ୍ଛିମୋରାର ୱାର୍ଡ ମେମ୍ବର ଜଗଦ୍ଧିଶ ସାହୁ, ଆଦିତ୍ୟ ସିଏସ୍ଆରର  ପ୍ରତିନିଧିତ୍ୱ କରିଥିଲେ ସିଏସ୍ଆର୍ ଓ ଆର୍ଆର୍ ମୁଖ୍ୟ ଶ୍ରୀମତୀ ଶ୍ୱେତା ଉପାଧ୍ୟାୟ ଓ ସିଏସ୍ଆର୍ ଓ ଆର ଆର  ସହକାରୀ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା । ଏହି କାର୍ଯ୍ୟକ୍ରମକୁ ସିଏସ୍ଆର୍ ଟିମ୍ ପରିଚାଳନା କରିଥିଲେ । 

0
0
0
s2sdefault