ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ ସହରର ପଟେଲ ନଗରରେ କୁକୁଡା ଫାର୍ମରେ ଚୋରୀ ଅଭିଯୋଗରେ ପୁଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ନାବାଳକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରିଥରବା ଜୋଙ୍କ ଆଇଆଇସି ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି ।
ଗତ ଜୁଲାଇ ୧୫ ତାରିଖ ରାତିରେ ଖରିଆରୋଡ ସହରର ପଟେନ ନଗର ମହମ୍ମଦ ଅମିନଙ୍କ କୁକୁଡା ଫାର୍ମରେ ଚୋରୀ ହୋଇଥିବା ଜୋଙ୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏଥିରେ ନଗଦ ୪୦ ହଜାର, ଏକ ଏଲଇଡି ଟିଭି ଓ ସିସିଟିଭି ଚୋରୀ ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ଜୋଙ୍କ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଆଜି ଖରିଆରରୋଡ ସହରର ୱାଡ ନଂ ୧୭ ମୋଙ୍ଗରାପାଲି ଗାଁର ଇଶ୍ୱର ବଂଜାରା(୨୮), ଅମନ ମାଝି(୧୯) ଓ ଜଣେ ନାବାଳକଙ୍କୁ ଗିରଫ କରିଥିଲେ । ତାଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ସହ ଏକ ରିସିଭର ଓ ହାର୍ମରକୁ ଜବତ କରିଥିଲେ । ତେବେ ମୋଙ୍ଗରାପାଲି ଗାଁର ଇଶ୍ୱର ଓ ଅମନ ପୂର୍ବରୁ ଅନେକ ଚୋରି ମାମଲାରେ ସମ୍ପୃକ୍ତ ରହିଥିଲେ । ଥାନାରେ ଅଧିକ ତଦନ୍ତ କରି ନାବାଳକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରିଥିଲେ । ତେବେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜୋଙ୍କ ଆଇଆଇସି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।