ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରବିବାର ଦିନ କ୍ରାନ୍ତି ଦିବସ ଅବସରରେରେ ସାରାରାଜ୍ୟ ରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲା ରେ ମଧ୍ୟ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ “ଓଡିଶା ମୋ ପରିବାର” ଆନୁକୂଲ୍ୟରେ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଓ ପାରଳା ପୌରାଞ୍ଚଳର ଦଳୀୟ ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
ରବିବାର ଦିନ ଆୟୋଜିତ ହୋଇଥିବା ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ସ୍ଥିତ ରକ୍ତ ଭଣ୍ଡାରର ବରିଷ୍ଠ ଟେକ୍ନିସିଆନ ଖଗେଶ୍ୱର ବେହେରା ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡା.ଏନ. ରବିବାବୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ଏହି ସମସ୍ତ ଆୟୋଜିତ କାର୍ଯ୍ୟକ୍ରମରେ ପାରଳା ଯୁବରାଣୀ କଲ୍ୟାଣି ଦେବୀ ଗଜପତି , ମାରୁତି କୁମାର ପାଳ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜୁଗୁରୁ , ଜିଲ୍ଲା ଯୁବ ସଭାପତି ଏସ . ଲିଙ୍ଗରାଜ , ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ଵଜ ଚୌଧ୍ରୁରୀ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ରଘୁରାମ ସାହୁ , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏହି ରକ୍ତଦାନ ଶିବିର ଅଭିଯାନ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ତାରିଖ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ ।