ପାଇକମାଲ :- ପାଇକମାଲ ବ୍ଲକ ରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ଔଷଧୀୟ ମସାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଅଛି । ବୁକୁରାମୁଣ୍ଡା CHC ର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ ସାହୁ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ମେହେର ଆଜି କସ୍ତୁରବା ଗାନ୍ଧୀ ମାତୃ ନିକେତନ ରୁ ଏହି ମସାରି ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ମାନଙ୍କୁ ମସାରି ପ୍ରଦାନ କରିବା ସହିତ ନିୟମିତ ଭାବରେ ମସାରି ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯାଇଥିଲା । ଆଜି ଠାରୁ ବ୍ଲକର ପ୍ରତ୍ୟେକ ଗ୍ରାମରେ ଏହି ମସାରି ବିତରଣ କରାଯିବ ବୋଲି SDMO ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ଡାକ୍ତରସୋମ୍ୟ ରଞ୍ଜନ ଦାଶ , ଡାକ୍ତରଶ୍ରୀଧର ପ୍ରଧାନ ବ୍ଲକ ପ୍ରୋଗ୍ରାମ ମେନେଜର ଶ୍ରୀ ବିଜୟ ସରଫ , PHAO ତୋଷ କୁମାର ଚନ୍ଦ୍ରକାର , MTH ସାନୁଜ ଦାସ , ଫାର୍ମାସିଷ୍ଟ ଚିତ୍ତ ରଞ୍ଜନ ଦାଶ. ANM ଲିଲି ଦୀପ , VBD କଂସଲଟଣ୍ଟ ହେମସଗାର ସାହୁ ବରଗଡ , ବରିଷ୍ଠ ସାମ୍ବାଦିକ ବଡ଼ ସଥପଥୀ , ଶ୍ରୀ ସୁରଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।