ବରଗଡ :- କ୍ରାନ୍ତି ଦିବସ ଠାରୁ ସ୍ୱାଧୀନତା ଦିବସ ପନ୍ଦର ଅଗଷ୍ଟ ପର୍ଯନ୍ତ ବିଜୁ ଜନତା ଦଳ ତରଫରୁ ରାଜ୍ୟର ଅନେକ ସ୍ଥାନରେ ପ୍ରତ୍ୟେକ ଦିନ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆୟୋଜନ କରାଯାଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲାର ଜୀବନବିନ୍ଦୁ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀଙ୍କର ପ୍ରତକ୍ଷ ତତ୍ୱବାଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାତା ମାନଙ୍କର ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ବରଗଡ଼ ରେଳ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ଼ ମାନ୍ୟବର ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କର ଉପସ୍ଥିତ ରେ ଚାଳିଶ (40) ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ । ସୋହେଲା ର ଅଗ୍ରସେନ ଭବନ ଠାରେ ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଉକ୍ତ ରକ୍ତଦାନ ଶିବିରରେ ନିଜେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ବର୍ତମାନ ପରିସ୍ଥିତି ରେ ରକ୍ତ ର ଆବଶ୍ୟକତା କୁ ଆଖି ଆଗରେ ରଖି ଯୁବ ସମାଜକୁ ଅଧିକରୁ ଅଧିକ ଆଗକୁ ଆସି ରକ୍ତ ଦାନ କରିବା ପାଇଁ ପ୍ରେରଣ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଙ୍କର ଉପସ୍ଥିତ ରେ ଆଜି ସୋହେଲାରୁ ବତୀଶ (32) ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିଭଳି ବିଜେପୁର ନିର୍ବାଚନ ମଣ୍ଡଳୀର ମହଦା ଠାରେ ବିଜେପୁର ମାନ୍ୟବର ବିଧାୟିକା ଶ୍ରୀମତୀ ରିତା ସାହୁ , ଓଡିଶା ମୋ ପରିବାର ର ସଭ୍ୟ ଶ୍ରୀ ଗୌରହରି ମିଶ୍ର , ଓ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କର ଉପସ୍ଥିତ ରେ 31 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆସନ୍ତା 15 ତରଖ ପର୍ଯନ୍ତ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଥିବା ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଜଣାଇଛନ୍ତି ।
ରାଜ୍ୟ
ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
- Hits: 291