ହେଡଲାଇନସ୍:

ଲଖନପୁର ଅଞ୍ଚଳରେ ରୋଗପୋକ ଆକ୍ରମଣ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରିହାତି ମୂଲ୍ୟରେ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଘୋଷଣା। 

ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ୬ରୁ ୭ଟି ଗ୍ରାମପଞ୍ଚାୟତରେ ରୋଗପୋକ ଆକ୍ରମଣରୁ ବ୍ୟାପକ ମାତ୍ରାରେ ଫସସଲହାନୀ ହେବାର ଆଶଙ୍କାରେ ଚାଷୀମାନେ ଚିନ୍ତିତ। ଯଥେଷ୍ଟ ମାତ୍ରାରେ କୀଟନାଶକ ମିଳୁ ନଥିବାରୁ ଚାଷୀମାନେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଉପରେ ଏଥିପାଇଁ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ। ଖବର ପାଇ ସ୍ଥାନୀୟ କୃଷି ଓଭରର୍ସିଅର ଗୌରହରି ମେହେର ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ। ଏହାପରେ ଲଖନପୁର ବ୍ଲକରେ ଦୁଇଟି ସ୍ଥାନରେ କୀଟନାଶକ ଔଷଧ ବିକ୍ରୟ କେନ୍ଦ୍ର ଖୋଲିବାକୁ ନେଇ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। 

ଜିଲ୍ଲାପାଳଙ୍କ ଟ୍ବିଟର ଏକାଉଣ୍ଟ DM_Jharsugudaରେ ଆଜି ଆସିଥିବା ଏକ ସୂଚନାନୁସାରେ ଲଖନପୁର ବ୍ଲକର ୬ ରୁ ୭ଟି ଗ୍ରାମପଞ୍ଚାୟତରେ ରୋଗପୋକ ଜନିତ ପ୍ରଭାବିତ ଚାଷୀମାନଙ୍କୁ କୀଟନାଶକ ଔଷଧ ଯୋଗାଇଦେବା ନିମନ୍ତେ ଓଏଆଇସି ଦ୍ବାରା (ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ) ଦୁଇଟି ବିତରଣ କେନ୍ଦ୍ର  ଖୋଲାଯିବ।  ଭିକମପାଲି ଓ କନକତୋରାରେ ଆସନ୍ତା କାଲିଠାରୁ ଖୋଲାଯାଉଥିବା ଏହି ବିତରଣ କେନ୍ଦ୍ରରେ କ୍ଲୋରୋଫାଇରିଫସ ଓ ପ୍ରୋଫେନୋଫସ ନାମକ ଦୁଇଟି କୀଟନାଶକ ୫୦ ଶତକଡ଼ା ରିହାତି  ଦରରେ ଚାଷୀ ପାଇ ପାରିବେ। ବାକି ୫୦ ଶତକଡ଼ା ଭାଗ ଏନ୍ଏଫ୍ଏସ୍ଏମ୍ ପଇଠ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

0
0
0
s2sdefault