ହେଡଲାଇନସ୍:

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ (ଶାସକ ପ୍ରଶାସକ) :– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ଆଜି ଏକ ବିରଳ ପ୍ରଜାତିର ଚଢେଇ ଦେଖାଦେଇଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର ପକ୍ଷୀକୁ ଉଦ୍ଧାର କରିଥିଲେ ଏବଂ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମିଳିଥିବା ସୁଚନା ଅନୁଯାୟୀ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମର ଯୋଗେନ୍ଦ୍ର କହଁରଙ୍କ ଘର ଅଗଣାରେ ଆଜି ସକାଳେ ଏକ ବିରଳ ଚଢେଇ ବସିଥିବା ଦେଖିବାକୁ ମିଳିଥିଲା । ଏହି ବିରଳ ପ୍ରଜାତିର ଚଢେଇ ଦେଖିବା ପାଇଁ ଯୋଗେନ୍ଦ୍ରଙ୍କ ଘରେ ଭିଡ଼ ଜମିଥିଲା । ଚଢେଇଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବା ପାଇଁ କିଛି ଗ୍ରାମବସୀ ଚାରିଛକ ବନପାଳଙ୍କୁ ଖବର ଦେଇଥିଲେ । ଖବର ପାଇ ଚାରିଛକ ବନପାଳ କରଞ୍ଜକଟା ଗ୍ରାମରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଅଗଣାରୁ ଏହି ବିରଳ ପକ୍ଷୀକୁ ଉଦ୍ଧାର କରିଥିଲେ । ପକ୍ଷୀଟିକୁ ଉଦ୍ଧାର କରିବା ପରେ ଚାରିଛକ ବନପାଳ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

0
0
0
s2sdefault