ହେଡଲାଇନସ୍:

କାର୍ଯ୍ୟକ୍ରମ ରୂପାୟନରେ ସ୍ଥାଣୁତାକୁ ନେଇ ଅସନ୍ତୋଷ ଜାହିର କଲେ ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସହ ସମୀକ୍ଷା ବୈଠକ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଆଜି ବାରିପଦା ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ସମସ୍ୟାଗୁଡ଼ିକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକରେ ବସିଥିଲେ । ଗତ ଜୁଲାଇ ୨୭ରୁ ପର୍ଯ୍ୟାୟ କ୍ରମେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଆସୁଥିବା ସମୟରେ ବର୍ତ୍ତମାନ ସୁଦ୍ଧା ଆଇଟିଡ଼ିଏ, ମାଇନିଂ, ଏଗ୍ରିକାଲଚର, ଫିସାରୀ , ଭେଟନାରୀ, ଫରେଷ୍ଟ, ୱାଟର ସେଡ଼, ଲୁଧା ଡେ଼ଭଲପମେଣ୍ଟ ଏଜେନ୍ସୀ ଓ ଖଡ଼ିଆ, ମାଙ୍କଡ଼ିଆ ଡେଭଲପମେଣ୍ଟ ଆଦି ଉପରେ ସମୀକ୍ଷା ସରିଛି ।  ମାତ୍ର ଆଜିର ବୈଠକରେ ସାଂସଦ ଇଂ. ଟୁଡ଼ୁ ସମୀକ୍ଷା ବୈଠକର ଅଗ୍ରଗତିକୁ ନେଇ ନିଜର  କ୍ଷୋଭ ଓ ଦୁଃଖ ପ୍ରକାଶ କରିଥିବାର ଜଣାପଡ଼ିଛି । ମୟୂରଭଞ୍ଜ ୧୯୪୯ ଜାନୁଆରୀ ୨ରୁ ଓଡ଼ିଶାର ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାକୁ ପ୍ରାୟ ୭୨ ବର୍ଷ ପୂରଣ ହେବାକୁ ବସିଥିବା ସମୟରେ ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ହୋଇ ନ ପାରିବା ନିମନ୍ତେ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ତୁଲାଇ ନ ପାରିବାକୁ ଉତ୍ତରଦାୟୀ କରିଛନ୍ତି । ଯଦି ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀମାନେ ଏହି ଭଳି କାର୍ଯ୍ୟ ସମ୍ପାଦନ କରିବେ ତେବେ ତଳସ୍ତରରେ ରହିଥିବା ଜନସାଧାରଣ କେତେ ପରିମାଣରେ ଉପକୃତ ହେଉଥିବେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯାଉଛି ବୋଲି ସାଂସଦ ମତବ୍ୟକ୍ତ  କରିବା ସହ ଗଭୀର ଦୁଃଖ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜଳା ଗ୍ୟାସ ବଣ୍ଟନ, ସୌଭାଗ୍ୟ ଯୋଜନାରେ ଗରୀବଙ୍କୁ ବିଜୁଳି ଯୋଗାଣ ଆଦି ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କ୍ଷେତ୍ରରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏହି ସମସ୍ତ ଯୋଜନାରେ ବିଜେଡ଼ି ସରକାର କେବଳ ନିଜ ଦଳୀୟ ସମର୍ଥକମାନେ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥି ନିମନ୍ତେ ପ୍ରୟାସ ଜାରି ରହିଛି । ସେହିପରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଦଳୀୟ ବାସ୍ନା ବାରି ହୋଇପଡ଼ୁଛି । ସାଧାରଣ ଜନତାଙ୍କୁ ଗୁରୁତ୍ୱ ଦିଆ ନ ଯାଇ ନିର୍ଦ୍ଧିଷ୍ଟ ଏକ ଦଳ କିମ୍ବା ଗୋଷ୍ଠୀଙ୍କ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଉଥିବାରୁ ଜିଲ୍ଲାରେ ସାଧାରଣ ଜନତା ସଠିକ୍ ଭାବେ ଉପକୃତ ହୋଇପାରୁ ନାହାନ୍ତି । ଏହାବ୍ୟତୀତ ଜିଲ୍ଲାରେ ଲୋକାଭିମୁଖୀ କାର୍ଯ୍ୟରେ ହେଉଥିବା ଅନିୟମିତତାକୁ ନେଇ ମଧ୍ୟ ସାଂସଦ ଇଂ ଟୁଡ଼ୁ ନିଜର କ୍ଷୋଭ ପ୍ରକାଶ କରିଥିବାର ଜଣାପଡ଼ିଛି । 

 

0
0
0
s2sdefault