ହେଡଲାଇନସ୍:

ଓଡିଶା-ମୋ ପରିବାର ଓ ଜୀବନ ବିନ୍ଦୁ ପାଇଁ ଦେବାଶିଷ ମହାନ୍ତି ଜିଲ୍ଲା ସଂଯୋଜକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଓଡିଶା -ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ବିଜେଡ଼ି ପକ୍ଷରୁ ନୂତନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୃଷି ଶିଳ୍ପ ନିଗମ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ  ସଭାପତି ଦେବାଶିଷ ମହାନ୍ତିଙ୍କୁ ଜିଲ୍ଲା ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାକୁ ନେଇ ଦେବାଶିଷ ମହାନ୍ତିଙ୍କ ସମର୍ଥକ ମହଲରେ ଖୁସୀର ମାହୋଲ ସୃଷ୍ଟି ହୋଇଥିବା ସମୟରେ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମହାନ୍ତି ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ରଖି ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି, ତାହାକୁ ନିଷ୍ଟା ଓ ଦକ୍ଷତାର ସହିତ ସମ୍ପାଦନ କରାଇବେ ବୋଲି ପ୍ରକାଶ କରିଛନ୍ତି । 

 

0
0
0
s2sdefault