ହେଡଲାଇନସ୍:

ମୋଦି ସରକାରଙ୍କ ପଦକ୍ଷେପ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଏମ୍ କିଷାନର ଷଷ୍ଠ କିସ୍ତି ଜାରି ଏବଂ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ

• ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ଏନ.ସିଂ ତୋମାରଙ୍କୁ ଧନ୍ୟବାଦ ଦେଲେ

• କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ

• ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ଓ କୃଷି କ୍ଷେତ୍ରରେ ଅଧିକ ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଆର୍ଥିକ  ସହାୟତାର ଷଷ୍ଠ  କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ଥିକ  ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇ ମାନଙ୍କୁ ଆର୍ଥିକ  ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ  । ମୋଦି ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ  । ଏହାସହ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଓ କୃଷି କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି |

0
0
0
s2sdefault