ହେଡଲାଇନସ୍:

 ମୟୂରଭଞ୍ଜରୁ ୩୫ ନୂଆ ପଜିଟିଭ: ଆକ୍ରାନ୍ତ ସଂଖ୍ୟା  ୮୯୫କୁ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରୁ ୩୫  ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି  ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୮୯୫ରେ ପହଁଞ୍ଚିଛି । ଆଜି ଜିଲ୍ଲାର କ୍ୱରେଣ୍ଟିନ ସେଣ୍ଟରଗୁଡିକରୁ କୌଣସି ପଜିଟିଭ କେଶ ସମ୍ମୁଖକୁ ଆସି ନଥିବା ସମୟରେ ରାସଗୋବିନ୍ଦପୁର-୧, କପ୍ତିପଦା-୧, କରଞ୍ଜିଆ-୧, ବାଙ୍ଗିରିପୋଷି-୧, ବହଳଦା-୧, ବେତନଟୀ-୧, କରଞ୍ଜିଆ ଏନଏସି-୨, ରାଇରଙ୍ଗପୁର ପୌରପରିଷଦର  ୱାର୍ଡନମ୍ବର ୧୧ରୁ-୨, କୁଳିଅଣା-୩, ଶୁଳିଆପଦା-୩, ବିଶୋଇ-୩, କୁସୁମୀ-୩, ଜାମଦା-୩ ଏବଂ ବାରିପଦା ପୌରପରିଷଦର  ୱାର୍ଡ ନମ୍ବର ୧୪ ଶୁନଗଡ଼ିଆରୁ-୪, ୱାର୍ଡ ନମ୍ବର ୧୬ ପେରେଡ଼ପଡ଼ିଆରୁ-୩ ଓ ୱାଡର଼୍ ନମ୍ବର ୧୨ ଷ୍ଟେସନବଜାର ଅଞ୍ଚଳରୁ -୧ କୁ ମିଶାଇ ୮ ଜଣ ଏହିପରି ମୋଟ ୩୩ ଜଣ ସ୍ଥାନୀୟ ଅଞ୍ଚଳରୁ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ସେହିପରି ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରୁ ୨ ଜଣ କୋଭିଡ଼-୧୯ ଯୁଦ୍ଧାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି ।  ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ କେୟାର ସେଣ୍ଟର ଓ କୋଭିଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଯାତ୍ରା ବିବରଣୀ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ଅଗଷ୍ଟ ୮ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୬୧୨ ରହିଥିବା ସମୟରେ ଅଗଷ୍ଟ ୯ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୨୭୯ ରହିଥିବାର ଜିଲ୍ଲା ପ୍ରଶାସନ  ଏବଂ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।  

0
0
0
s2sdefault