ହେଡଲାଇନସ୍:

୧୧ଜଣ ସତ୍ୟାଗ୍ରହୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ ଓ ସତ୍ୟାଗ୍ରହୀ ପୀଠର ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜିଠାରୁ ବରଗଡ ଜିଲ୍ଲା ର  ସୋହେଲା ମୁଖ୍ୟଛକ ଯାହାକି ଜାତୀୟ ରାଜପଥ 6 ରେ ଅବସ୍ଥିତ କୁ ଗାନ୍ଧୀ ଛକ ନାମରେ ନାମିତ କରାଗଲା । ଆଜି ଅଗଷ୍ଟ କ୍ରାନ୍ତୀ ଦିବସ,  ଏହି ଦିନଟି ସୋହେଲା ପାଇଁ ଏକ ସ୍ମରଣୀୟ ଦିବସ । ଏହି ଐତିହାସିକ ଦିବସରେ ସୋହେଲା ଗାନ୍ଧୀ ଛକରେ ଭାରତୀୟ ମୁକ୍ତି ସଂଗ୍ରାମରେ ଦାଣ୍ଡୀ ଯାତ୍ରାର ସ୍ମାରକୀ ବହନ କରୁଥିବା ଗାନ୍ଧିଜୀଙ୍କ ସମେତ ୧୧ଜଣ ସତ୍ୟାଗ୍ରହୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ ଓ ସତ୍ୟାଗ୍ରହୀ ପୀଠର ଉଦଘାଟନ ହୋଇଛି ।  ଜିଲ୍ଲାର ପାଣିମୋରା ଗ୍ରାମର ୩୨ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଏକ ମାତ୍ର ଜୀବିତ ଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପଧାନ ସତ୍ୟାଗ୍ରହୀପିଠକୁ ଉଦ୍ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ  ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ପ୍ରତିମୂର୍ତୀକୁ ଅନାବରଣ କରିଥିଲେ । ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଏହି ସତ୍ୟାଗ୍ରହୀ ପୀଠ ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ମୃତି ସମିତିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ତଥା ସମିତିର ସଦସ୍ୟ, ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ପ୍ରଶାସନିକ ଅଧିକାରୀ ସୋହେଲା ତଥା ଆଖପାଖ ଗ୍ରାମର ଲୋକେ ଉପସ୍ଥିତ ଥିଲେ ।

0
0
0
s2sdefault