ବୌଦ୍ଧ (ଶାସକ ପ୍ରଶାସକ ) – ଗତ ଦୁଇ ଦିନ ଧରି ବୌଦ୍ଧ ହରଭଙ୍ଗା ବ୍ଲକ୍ କରଡି ଗାଁ ନିକଟରେ ଗୋଟିଏ କୁମ୍ଭୀର ମହାନଦୀ ଘାଟରେ ଦେଖା ଯାଉଥିବା ଖବର ସର୍ବ ପ୍ରଥମେ ଆମ ଶାସକ ପ୍ରଶାସକ ପୋର୍ଟାଲ ନ୍ୟୁଜ୍ ରେ ଫଟୋସହ ପ୍ରକାଶ ପାଇଥିଲା ।
ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିି ନଥିବା ଖବର ପ୍ରକାଶିତ ହେବା ପରେ ଆଜି ସକାଳେ ବୌଦ୍ଧ ବନଖଣ୍ଡର କର୍ମଚାରୀଙ୍କ ସମେତ ନୟାଗଡ ୱାଇଲ୍ଡ ଲାଇଫ୍ ଡିଭିଜନର ଅଧିକାରୀ ଓ କର୍ମଚାରୀ ମାନେ କରଡି ଗାଁ ରେ ପହଞ୍ଚିଥିବା ଜଣାପଡିଛି । ସେମାନେ ସ୍ଥାନୀୟ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରି କୁମ୍ଭୀର ଉପରେ ନଜର୍ ରଖିଥିବା ଜଣାପଡିଛି ।