ନୂଆଦିଲ୍ଲୀ: କଥାରେ ଅଛି ଆଗ କୁହା ଆଗ ଚଲା ସବୁବେଳେ ଅପଦସ୍ତ ହୁଅନ୍ତି | ଆଉ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ | ଅନାବଶ୍ୟକ ତଥା ଅଣପ୍ରାଧିକୃତ ଟୁଇଟ ଟିଏ କରି ଦେଇ ବିଭ୍ରାନ୍ତିକର ଖବର ଟିଏ ଦେଇଥିବା ଯୋଗୁ ଶେଷରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଛି |
ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନାରୁ ସୁସ୍ଥ ହେବା ନେଇ ବିଜେପି ସାଂସଦ ମନୋଜ ତିୱାରୀଙ୍କ କରିଥିଲେ | ସେ ତାଙ୍କର ଟୁଇଟରେ କହିଥିଲେ " ଦେଶର ଯଶସ୍ବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୋଭିଡି ରିପୋର୍ଟ ଆସିଲା ନେଗେଟିଭ " | ଯେହେତୁ ଜଣେ ସାଂସଦ, ତେଣୁ ତାଙ୍କ ମନ୍ତବ୍ୟକୁ ତାଙ୍କୁ କୋଟ କରି ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା | ହେଲେ ମନୋଜଙ୍କ ଟୁଇଟଟି ତଥ୍ୟ ବା ସତ୍ୟ ଉପରେ ଆଧାରିତ ନଥିଲା |
ତେଣୁ ଖବର ଉପରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ଗୃହ ମନ୍ତ୍ରଣାଳୟ କହିଛି ଯେ "ଅମିତ ଶାହାଙ୍କୁ କରୋନା ପାଇଁ ଯାଞ୍ଚ କରାଯାଇ ନାହିଁ। " ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଟୁଇଟ ପରେ ମନୋଜ ବାଧ୍ୟ ହୋଇ ତାଙ୍କ ଟୁଇଟ ହଟାଇ ଦେଇଛନ୍ତି |