ପଦ୍ମପୁର- ଝାଟି ମାଟିରେ ତିଆରି ଘର ତା ଉପରେ ଖପର ଛପର । ରୋଷେଇ କରିବାଠୁ ନେଇ ରହିବା ଶୋଇବା ସେହି ଛୋଟିଆ କୁଡିଆ ଘରେ । ଏମିତି ଏକ ଅଭାବନୀୟ ଦୄଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ବ୍ଳକ ପଲସାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମରେ । ସାରଙ୍ଗପୁର ଗ୍ରାମର ପାର୍ବତୀ ଭୁଏ ବୟସ ପାଖାପାଖି ୮୦ ବର୍ଷ। କିଛି ବର୍ଷ ପୂର୍ବରୁ ତାଙ୍କ ଜୀବନ ସାଥି ଏହି ସଂସାରରେ ଏକା କରି ଚାଲିଗଲେ । ଯେଉଁ ପୁଅ ବୄଦ୍ଧ କାଲେ ତାଙ୍କ ସୁଖ ଦୁଃଖ ବୁଝିବ ବୋଲି ପାର୍ବତୀ ଆଶା କରିଥିଲେ ସେହି ପୁଅ ତାଙ୍କୁ ବୄଦ୍ଧକାଳରେ ପର କରିଦେଲା । ସର୍ବହରା ହେବା ପରେ ଏକମାତ୍ର ରାସ୍ତା ସରକାରଙ୍କ ସହଯୋଗ । ସରକାରଙ୍କ ସହଯୋଗ ମାନେ କେବଳ ପାଞ୍ଚ କିଲୋ ଚାଉଲ ଓ ପାଞ୍ଚ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା । ଏହି ଚାଉଲ ଓ ଟଙ୍କା ହିଁ ବଞ୍ଚିବାର ଏକମାତ୍ର ଭରସା । ତାଠୁ ନିଅଣ୍ଟ ହେଲେ ପାର୍ବତୀ ଙ୍କୁ ଭୋକରେ ଶୋଇବାକୁ ପଡେ । ଖରା ବର୍ଷା ଶୀତ ଏହି ମାଟି କୁଡିଆରେ ଦିନ କାଟୁଥିବା ପାର୍ବତୀ ଙ୍କ ପାଇଁ ପକ୍କା ଘର ସାତ ସପନ ହେଇଛି । ସରକାରୀ ବାବୁଙ୍କୁ ଘର ଖଣ୍ଡିକ ପାଇଁ ଯେତେ ନେହେରୁ ହେଲେ ମଧ୍ୟ ସମସ୍ତେ କାଳା ପରି ଅଭିନୟ କରୁଛନ୍ତି । ସରକାର ଅସହାୟ ଗରିବ ମାନଙ୍କ ପାଇଁ ଶହଶହ ଯୋଜନା କରିଥିଲେ ହେଁ ଅସାଧୁ ସରକାରୀ ବାବାଙ୍କ ପାଇଁ ତାହା ଲୋକଙ୍କ ପାଖକୁ ପହଞ୍ଚି ପାରୁନି ଯାହାର ଜ୍ବଳନ୍ତ ଉଦାହରଣ ପାର୍ବତୀ ଭୁଏ । ପାର୍ବତୀଙ୍କୁ ଏକ ପକ୍କା ଘର ଯୋଗାଇ ଦେଲେ ସେ ସୁବିଧାରେ ରହିପାରନ୍ତେ